କରୋନା କାଳରେ ପାହାଡି ପିଲାଙ୍କ ପାଠ ଚିନ୍ତା । ନିୟମଗିରି ପାହାଡ ଉପରକୁ ଆସୁନି ନେଟୱାର୍କ, ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ମୋବାଇଲ୍ । କେମିତି ହେବ ଅନଲାଇନ୍ ପାଠପଢା? ସମାଜସେବୀ କହିଲେ, ଡିଜିଟାଲ ନୁହେଁ ଡଙ୍ଗରିଆ ପିଲାଙ୍କୁ ଦରକାର ଶ୍ରେଣୀଗୃହ ପାଠ ।

Advertisment
କରୋନା କାଳରେ ପାହାଡି ପିଲାଙ୍କ ପାଠ ଚିନ୍ତା । ନିୟମଗିରି ପାହାଡ ଉପରକୁ ଆସୁନି ନେଟୱାର୍କ, ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ମୋବାଇଲ୍ । କେମିତି ହେବ ଅନଲାଇନ୍ ପାଠପଢା? ସମାଜସେବୀ କହିଲେ, ଡିଜିଟାଲ ନୁହେଁ ଡଙ୍ଗରିଆ ପିଲାଙ୍କୁ ଦରକାର ଶ୍ରେଣୀଗୃହ ପାଠ ।

କନକ ବ୍ୟୁରୋ: କରନା ଶିକ୍ଷା ପାଇଁ ପାଲଟିଛି କାଳ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଛି ଡିଜିଟାଲ ଶିକ୍ଷା କାର୍ୟ୍ୟକ୍ରମ। ପିଲେ ଘରେ ରହି ମୋବାଇଲ ଯୋଗେ ପାଠ ପଢ଼ା ଜାରି ରଖିପାରିବେ। ତେବେ ଏହି ଡିଜିଟାଲ ପାଠ୍ୟକ୍ରମ ନିୟମଗିରିର ପିଲାଙ୍କ ପାଇଁ ଏକ ସ୍ୱପ୍ନ ପାଲଟିଛି। କାରଣ ସେଠାରେ ନା ଅଛି ମୋବାଇଲ ନା ନେଟୱର୍କ।

ରାୟଗଡା ଜିଲ୍ଲା ନିୟମଗିରି ପାହାଡ ଉପରେ ବସବାସ କରନ୍ତି ଆଦିମ ଜନଜାତିର ଡଙ୍ଗରିଆମାନେ । ବର୍ଷ ବର୍ଷ ଧରି ଡଙ୍ଗରିଆମାନେ ସେଠାରେ ରହୁଥିବା ବେଳେ ସଂପୂର୍ଣ୍ଣ ବିକାଶ ଦେଖିନାହିଁ ନିୟମଗିରି । ଯଦିଓ କିଛି ଅଂଚଳକୁ ରାସ୍ତା ଲମ୍ବିଛି, ହେଲେ ମୋବାଇଲ ନେଟୱାର୍କ ଆଜି ବି ସାତ ସପନ । ଫଳରେ ଦୁର୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣା ଯୋଗୁଁ ଏବେ ସରକାର ଅନଲାଇନ୍ ପାଠ ପଢାଉଥିବା ବେଳେ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀଙ୍କ ପଠାପଢାରେ ଅସୁବିଧା ହେଉଛି । ଚଳିତ ଶିକ୍ଷା ବର୍ଷ ଦଶମ ଓ ଯୁକ୍ତ-୨ ଶେଷ ବର୍ଷରେ ପଢୁଥିବା ଛାତ୍ରଛାତ୍ରୀ ସବୁଠୁ ବେଶ ଚିନ୍ତାରେ ପଡିଛନ୍ତି ।

ଭୂତାଣୁ ସଂକ୍ରମିତ ଭୟରେ ସ୍କୁଲ କଲେଜ ବନ୍ଦ ରହିଛି । ଏଣେ ଅନଲାଇନ୍ ପାଠପଢା ଚାଲିଛି । ହେଲେ ନେଟୱାର୍କ ଅଭାବ ଡଙ୍ଗରିଆ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଏଭଳି ସ୍ଥିତିରେ ଡିଜିଟାଲ ଶିକ୍ଷା ସମ୍ଭବ ନୁହେଁ ବୋଲି ଅଭିଭାବକ କୁହନ୍ତି । ନିୟମଗିରି ପାହାଡ ଉପରେ ରହୁଥିବା ପିଲାଙ୍କ ଡିଜିଟାଲ ଶିକ୍ଷା ନୁହେଁ ବରଂ ନିୟମିତ ଶିକ୍ଷାର ଆବଶ୍ୟକ ବୋଲି ସମାଜସେବୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe