ଆସିଲା ଦ୍ୱିତୀୟ ପର୍ଯ୍ୟାୟ ଟ୍ରେଣ୍ଡ । ତିର୍ତ୍ତୋଲରେ ପୁଣି ଆଗରେ ବିଜେଡି, ୭୮୬୭ ଭୋଟ ହାତେଇବା ସହ ଆଗରେ ବିଜୟ

Advertisment
ଆସିଲା ଦ୍ୱିତୀୟ ପର୍ଯ୍ୟାୟ ଟ୍ରେଣ୍ଡ । ତିର୍ତ୍ତୋଲରେ ପୁଣି ଆଗରେ ବିଜେଡି, ୭୮୬୭ ଭୋଟ ହାତେଇବା ସହ ଆଗରେ ବିଜୟ

କନକ ବ୍ୟୁରୋ: ଆଜି ରାଜନୈତିକ ଦଳମାନଙ୍କର ଅଗ୍ନିପରୀକ୍ଷା । ବାଲେଶ୍ୱର ଓ ତିର୍ତୋଲ ଜନତାଙ୍କ ନିଷ୍ପତି ଆଜି ସାମ୍ନାକୁ ଆସିବ । କିଏ ଜିତିବ, କିଏ ହାରିବ, ତା’ର ଫୈସଲା ହେବ । ସରକାର କେମିତି କୋଭିଡ ପରିଚାଳନା କରିଛନ୍ତି, ଏଥିରେ ଲୋକ ଖୁସି ଅଛନ୍ତି କି ନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅତୁଟ ଅଛି କି ନାହିଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାର ଏଠାରେ ପ୍ରଭାବ ଅଛି କି ନାହିଁ, ଏମିତି ଅନେକ ପ୍ରଶ୍ନର ଉତର ମିଳିବ ।

ଇତି ମଧ୍ୟରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ପଡିଥିବା ଉପନିର୍ବାଚନର ଭୋଟ ଗଣତି ତୃତୀୟ ପର୍ଯ୍ୟାୟରେ ପହଂଚିଛି । ତେବେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଉଭୟ ଯାକ ଆସନର ବହୁ ଭୋଟ୍ ବ୍ୟବଧାନରେ ଆଗେଇ ଚାଲିଛି ବିଜୁ ଜନତା ଦଳ । ବାଲେଶ୍ୱର ସଦର ଭଳି ତିର୍ତ୍ତୋଲରେ ଆଗରେ ରହିଛି ଶଂଖ । ୭୮୬୭ଟି ଭୋଟ୍ ହାତେଇବା ସହ ଆଗରେ ରହିଛନ୍ତି ବିଜେଡି ପାର୍ଥୀ ବିଜୟ ଶଙ୍କର ଦାସ । । ସେହିଭଳି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪ ହଜାର ୫୫୭ଟି ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ଭୂଷଣ ବେହେରାଙ୍କୁ ମିଳିଛି ୧୦୫୭ଟି ଭୋଟ୍ । ତେବେ ବିରୋଧୀଙ୍କୁ ପଛରେ ପକାଇ ୨୨ଶହ ୩୨ଟି ଭୋଟରେ ଆଗରେ ରହିଛି ବିଜୁ ଜନତା ଦଳ ।

୨୦୧୯ରେ ତିର୍ତ୍ତୋଲ ଆସନ ବିଜେଡି ହାତରେ ଥିବା ବେଳେ ଏହାକୁ ପୁଣିଥରେ ଅକ୍ତିଆର କରିବାକୁ ଅଣ୍ଟା ଭିଡିଥିଲା ଦଳ । ଯାହାର ଝଲକ ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିଛି । ଦଳ ପାଇଁ ଏହି ଆସନ ସମ୍ମାନର ଲଢେଇ ହୋଇଥିବା ବେଳେ ବିଜେପି ମଧ୍ୟ ଏହି ଆସନ ଅକ୍ତିଆର କରି ବିଜେଡି ବଡ ଝଟକା ଦେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ କଂଗ୍ରେସର ନୂଆ ଚେହେରା  ଲୋକଙ୍କର ଆସ୍ଥାଭାଜନ ହୋଇପାରିନଥିବା ପ୍ରଥମ ରାଉଣ୍ଡ ଫଳାଫଳରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe