ଚଳିତ ବର୍ଷ ପ୍ରବଳ ଖରା !! ବଢିବ ଉଭୟ ଦିନ ଓ ରାତିର ତାପମାତ୍ରା, ସେପଟେ ଏବେଠୁ ୩୫ ଛୁଇଁଲାଣି ମାଲକାନଗିରିର ତାପାମାତ୍ରା

Advertisment
ଚଳିତ ବର୍ଷ ଓଡ଼ିଶା ପାଇଁ ଆଶ୍ୱସ୍ତିକର ରହିବ ଗ୍ରୀଷ୍ମ ଋତୁ : ଆଇଏମଡିର ପୂର୍ବାନୁମାନ କଲବଲ କରିବନି ଖରା; ଅଧିକ ହୋଇପାରେ ବର୍ଷା

image courtesy-http://www.livemint.com

କନକ ବ୍ୟୁରୋ : ଏବର୍ଷ ଶୀଘ୍ର ମାଡ଼ି ଆସୁଛି ଖରା। ସାଧାରଣତଃ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ତେବେ ଏଥର ଫେବ୍ରୁଆରି ୪ର୍ଥ ସପ୍ତାହ ବେଳକୁ ଦେଶର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ। ଉଭୟ ଦିନ ଓ ରାତିର ତାପମାତ୍ରା ୭ରୁ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

publive-imageଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ମଧ୍ୟ ମହାରାଷ୍ଟ୍ର ସମେତ ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଆଗୁଆ ଗ୍ରୀଷ୍ମ ପ୍ରବାହ ହେବ। ଏହି ଅଞ୍ଚଳଗୁଡ଼ିକରେ ଫେବ୍ରୁଆରି ୨୦ ପରେ ଦିନ ଓ ରାତିର ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଇବ। ଫେବ୍ରୁଆରି ୧୪ରୁ ୨୦ ତାରିଖ ମଧ୍ୟରେ ଦେଶର ୧୫ ପ୍ରତିଶତ ଅଞ୍ଚଳ ଯଥା‌ ଉତ୍ତରପୂର୍ବ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଙ୍ଗଦକ୍ଷିଣ କୋଙ୍କଣ, ଜାମ୍ମୁ ଓ କାଶ୍ମରି, ହିମାଞ୍ଚଳ ପ୍ରଦେଶ, ପଞ୍ଜାବର କେତେକ ଅଞ୍ଚଳରେ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫେବ୍ରୁଆରି ୨୧ରୁ ୨୭ ତାରିଖ ମଧ୍ୟରେ ଉକ୍ତ ଅଞ୍ଚଳଗୁଡ଼ିକରେ ଦିନର ତାପମାତ୍ରା ୩୫ରୁ ୪୦ ପ୍ରତିଶତ ବଢ଼ିବ। ଶେଷ ସପ୍ତାହ ବେଳକୁ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ଦିନ ଭଳି ତାତି ଅନୁଭୂତ ହେବ।

summerସେହିପରି ରାତିର ସର୍ବନିମ୍ନ ତାପମାତ୍ରା ବି ଧୀରେ ଧୀରେ ବୃଦ୍ଧି ପାଇବ। ୧୪ରୁ ୨୦ ତାରିଖ ମଧ୍ୟରେ ପାଖାପାଖି ୧୫ ପ୍ରତିଶତ ଅଞ୍ଚଳରେ ରାତିର ସ୍ବାଭାବିକ ତାପମାତ୍ରା ଅଧିକ ରହିବ।  ଅନ୍ୟପକ୍ଷରେ ଓଡ଼ିଶାର କେତେକ ସ୍ଥାନରେ ଇତି ମଧ୍ୟ ଦିନର ତାପମାତ୍ରା ବଢ଼ିଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ  ୩୫ ଡିଗ୍ରି ରହିଥିଲା। ଭୁବନେଶ୍ବର ତାପମାତ୍ରା ବି ୩୧.୮ ଡିଗ୍ରିରେ ପହଞ୍ଚିଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ବୌଦ୍ଧ ଓ ଅନୁଗୁଳରେ ଥଣ୍ଡା ଅନୁଭୂତ ‌ହେବ। ଏହାର ପରବର୍ତୀ ଦୁଇ ଦିନ ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ଆସିବ ନାହିଁ। ୧୫ ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବ। ୧୫ରୁ ୧୭ ତାରିଖ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe