ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା । ଚଳିତ ଥର ରାଜ୍ୟରେ ମୋଟ ୨୦୦ଟି ହବର ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ

Advertisment
ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା । ଚଳିତ ଥର ରାଜ୍ୟରେ ମୋଟ ୨୦୦ଟି ହବର ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ

Dailyhunt

କନକ ବ୍ୟୁରୋ :  ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ପାଇଁ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌) ପ୍ରତିଷ୍ଠା ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬ଟି ଇଏମ୍‌ଏଚ୍‌ ହୋଇଥିବା ବେଳେ କଟକରେ ୧୪, ଖୋର୍ଧାରେ ୧୨, ବାଲେଶ୍ବରରେ ୧୧ଟି ହବ୍‌ ହୋଇଛି। ୨୦୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ହବ୍‌ ହୋଇଛି। ରାୟଗଡ଼ା ଜିଲ୍ଲାର କାଶିପୁରସ୍ଥିତ ସବ୍‌-ଟ୍ରେଜେରି ଅଫିସ୍‌ରେ ଅନ୍ୟ ହବ୍‌ଟି କରାଯାଇଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ ଯେଉଁଠାରେ ଇଏମ୍‌ଏଚ୍‌ ହେ‌ବ ସେଠାକାର ଅଧ୍ୟକ୍ଷ ଏହାର ସୁପରଭାଇଜର ରହି‌ବେ।

ତେବେ ହବ୍‌ର ସୁପରଭାଇଜରଙ୍କ ପୁଅ, ଝିଅ, ସ୍ବାମୀ, ସ୍ତ୍ରୀ, ଭାଇ, ଉଉଣୀ, ବାପା, ମା’ ଏହି ପରୀକ୍ଷାରେ ସାମିଲ ହୋଇ ନଥିବା ଆବଶ୍ୟକ। ପରିଷଦ ପକ୍ଷରୁ ଯଦି କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ କରାଯାଇଥିବ ସେ ହବ୍‌ ସୁପରଭାଇଜର, ଡେପୁଟି ସୁପରଭାଇଜର, ଅବ୍‌ଜରଭର, ଇଏମ୍‌ଏଚ୍‌ ଆସିଷ୍ଟାଣ୍ଟ ଆଦି ହୋଇପାରିବେ ନାହିଁ। ଏକ୍ଷେତ୍ରରେ ଅଧ୍ୟକ୍ଷମାନେ କଲେଜର ଜଣେ ବରିଷ୍ଠ ଟିଚିଂ ଷ୍ଟାଫ୍‌ଙ୍କୁ ନିୟୋଜିତ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe