କନକ ବ୍ୟୁରୋ : ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି । ପୂର୍ବଭଳି ଯେକୌଣସି ଏଟିଏମରୁ ଟଙ୍କା ଉଠାଇପାରିବେ ଜମାକାରୀ । ଆର୍ଥୀକ ସଂକଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ ଏହା ପୂର୍ବରୁ ଏହି ସୁବିଧା ନିଜ ଜମାକାରୀଙ୍କ ନିକଟରୁ କାଢ଼ି ନେଇଥିଲେ । ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୟେସ୍ ବ୍ୟାଙ୍କର ଗ୍ରାହକ ଯେକୌଣସି ଏଟିଏମରୁ ଟଙ୍କା ବାହାର କରିପାରିବେ । ୟେସ୍ ବ୍ୟାଙ୍କରେ ସଂକଟ ଦେଖାଦେବା ପରେ ଏହାକୁ ନିଜ କବଜାକୁ ନେଇଛି ଆରବିଆଇ । ଆଉ ଜମାକାରୀମାନେ ମାସକୁ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇବାକୁ ଅନୁମତି ଦେଇଛି ।
ଏପରିକି ୩୦ ଦିନ ପାଇଁ ୟେସ୍ ବ୍ୟାଙ୍କ ବୋର୍ଡ ନିଲମ୍ବନ କରି ଦିଆଯାଇଛି । ଏବଂ ପୂର୍ବତନ ସିବିଆଇ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ୟେସ୍ ବ୍ୟାଙ୍କ୍ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି । ୟେସ୍ ବ୍ୟାଙ୍କର ଦେଶରେ ହଜାରେରୁ ଅଧିକ ଶାଖା ଓ ୧୮ଶହରୁ ଅଧିକ ଏଟିଏମ ରହିଛି । ୟେସ୍ ବ୍ୟାଙ୍କ ସଂକଟ ଖବର ପଦାକୁ ଆସିବା ପରେ ଦୁଇ ଦିନ ହେଲା ଟଙ୍କା ଉଠାଇବାକୁ ବିଭିନ୍ନ ଶାଖାରେ ଭିଡ ଜମାଇଥିଲେ ଜମାକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/YES-BANK.jpg)