ଯାଜପୁରରେ ସରକାରୀ  ଯୋଜନାର ସଫଳ ରୂପାୟନ ପାଇଁ ଉଦ୍ୟମ ।  ଅଫିସର ନୁହେଁ  ଆବାସ ଯୋଜନାକୁ  ତ୍ୱରାନ୍ୱିତ କରିବେ କିନ୍ନର

137

କନକ ବ୍ୟୁରୋ : ଯାଜପୁରରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ନିଆରା ଉଦ୍ୟମ । ଅଫିସର ନୁହେଁ ଆବାସ ଯୋଜନାକୁ ତ୍ୱରାନ୍ୱତ କରିବେ କିନ୍ନର । ଏଥିପାଇଁ ଯାଜପୁର ଜିଲ୍ଲାପାଳ ଗଠନ କରିଛନ୍ତି ପରିିବର୍ତନ ବାହିନୀ । ଯେଉଁ ହିତାଧିକାରୀମାନେ ବିଭିନ୍ନ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର କିମ୍ବା ପାଇଖାନା କରି ନାହାଁନ୍ତି, ବା ଅଧପନ୍ତରିଆ କରି ପକାଇ ରଖିଛନ୍ତି, ସେମାନଙ୍କ ଘରକୁ ଯାଇ ପରିବର୍ତନ ବାହିନୀର ସଦସ୍ୟମାନେ ତାଗିଦ କରିଛନ୍ତି ।

ଏପରକି ହିତାଧିକାରୀଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଘରଟି ପୂର୍ଣ୍ଣାଙ୍ଗ କରିବାକୁ କହିଛନ୍ତି  । ଦେଇଥିବା ସମୟ ସରିଲେ ପୁଣି କିନ୍ନରମାନେ ସେହି ଘରକୁ ଯାଇ ନିର୍ମାଣର ଅଗ୍ରଗତିର ଅନୁଧ୍ୟାନ କରିବେ । ନଚେତ ଟଙ୍କା ଫେରସ୍ତ କରିବା ପାଇଁ ତାଗିଦ କରିବେ । ପ୍ରଥମେ ଯାଜପୁରର କୋରେଇ ବ୍ଲକର ଅସନଝର ପଂଚାୟତରୁ କାର୍ଯ୍ୟ ଆରମ୍ଭ କରିଛି ପରିବର୍ତନ ବାହିନୀ ।