୨ ଟି ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା । ୬ ଦଶମିକ ୨୬ ପ୍ରତିଶତ ସୁଧହାରରେ ଟଙ୍କା ଜମା ହେବ

573

କନକ ବ୍ୟୁରୋ : ୨ଟି ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା । ୬ ଦଶମିକ ୨୬ ସୁଧହାରରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦା ଉଭୟଙ୍କୁ ଶ୍ରୀମନ୍ଦିରର ପ୍ରଶାସନର ଟେଣ୍ଡର ଦିଆଯାଇଛି । ୟେସ ବ୍ୟାଙ୍କରୁ ଆସିଥିବା ୩୮୯ ଟଙ୍କା ଆସିଥିଲା ସେଥିମଧ୍ୟରୁ ୧୦୨ କୋଟି ଏସବିଆଇରେ ରଖାଯାଇଛି । ବଳକା ୨୮୭ କୋଟି ଟଙ୍କାକୁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦାକୁ ଦିଆଯିବ ।

ଆଜି ଟେଣ୍ଡର ପ୍ରକ୍ରିୟାରେ ୧୬ ଜାତୀୟକରଣ ବ୍ୟାଙ୍କରୁ ୧୦ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ । ତେବେ ପୂର୍ବରୁ ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରହିଥିଲା । ତେବେ ଅନେକ ବିବାଦ ପରେ ୟେସ ବ୍ୟାଙ୍କରୁ ଟଙ୍କା ଉଠିଥିଲା ଓ ଏବେ ୨ ଟି ବ୍ୟାଙ୍କରେ ଟଙ୍କା ରହିବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ରହିଛି ।