ବର୍ତ୍ତମାନ ଖୋଲିବ ନାହିଁ ସମଲେଶ୍ୱରୀ ମନ୍ଦିର । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଗଲା ନିଷ୍ପତ୍ତି

123

କନକ ବ୍ୟୁରୋ : ଭକ୍ତଙ୍କ ପାଇଁ ଏବେ ଖୋଲିବ ନାହିଁ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ତର୍ଜମା ବୈଠକରେ ନିଆଗଲା ନିଷ୍ପତ୍ତି । ଯଦି ବର୍ତମାନ ସମୟରେ ମନ୍ଦିର ଖୋଲିବ ସଂକ୍ରମଣ ବିପୁଳ ମାତ୍ରାରେ ବଢିବ । ଆଗକୁ ଦୁର୍ଗାପୂଜା ଓ କାର୍ତିକ ମାସ ଯୋଗୁଁ ଭକ୍ତଙ୍କ ଭିଡ ବଢିପାରେ । ଜିଲ୍ଲାର ସମସ୍ତ ମୁଖ୍ୟ ମନ୍ଦିରର ପ୍ରତିନିଧିଙ୍କୁ ନେଇ ବସିଥିଲା ବୈଠକ । ସମଲେଶ୍ୱରୀ ମନ୍ଦିର ମଧ୍ୟ ଏବେ ଖୋଲିବା ସମ୍ଭବ ନୁହେଁ ।

ମନ୍ଦିର ନଖୋଲିବାକୁ ବୈଠକରେ ମତ ଦେଇଥିଲା ମନ୍ଦିର ଟ୍ରଷ୍ଟ ବୋର୍ଡ । ତେବେ କେବଳ ସମଲେଶ୍ୱରୀ ମନ୍ଦିର ନୁହେଁ ବରଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବର୍ତମାନ ସମୟରେ ନଖୋଲିବାକୁ ଅନେକ ସେବାୟତ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେବାୟତଙ୍କ କହିବା ଅନୁସାରେ, ବର୍ତମାନ ସମୟରେ ମନ୍ଦିର ଖୋଲି ଦେଲେ ସଂକ୍ରମଣ ବ୍ୟାପିବ ଓ ସେବାୟତ ସଂକ୍ରମିତ ହେବେ ।