ବିପଦପୂର୍ଣ୍ଣ ରାଜଭବନ ପାଖ ପେଟ୍ରୋଲ ପମ୍ପ ଅଂଚଳ । ସୂଚନା ଦେଲେ ଅଗ୍ନିଶମ ଡିଜି

223

କନକ ବ୍ୟୁରୋ : ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ଅଂଚଳ ଏବେ ବିପଦମୁକ୍ତ । ଏନେଇ ସୂଚନା ଦେଇଛନ୍ତି ଫାୟାର ଡିଜି ସତ୍ୟଜିତ୍ ମହାନ୍ତି । ବିସ୍ଫୋରଣ ଘଟଣା ପରେ ପରେ ଆଇଓସିଏଲ ଟିମ୍ ଯୁଦ୍ଧକାଳୀନ ଭିତିରେ ଅପରେସନ୍ ଚଳାଇ ଏଲପିଜି ଟ୍ୟାଙ୍କରରୁ ଅବଶିଷ୍ଟ ଗ୍ୟାସ୍ ବାହାର କରି ଦେଇଛି । ଏବେ ପେଟ୍ରୋଲ ଟାଙ୍କିରେ ଥିବା ସମସ୍ତ ପେଟ୍ରୋଲ ଏବଂ ଡିଜେଲକୁ ବାହାର କରାଯାଉଛି ।

ପୁରା ପମ୍ପରୁ ସମସ୍ତ ତୈଳ ନିଷ୍କାସନ କରାଯିବା ପରେ ଅଂଚଳକୁ ସଂପୂର୍ଣ୍ଣ ବିପଦମୁକ୍ତ ଘୋଷଣା କରାଯିବ । ତେବେ ଟେକ୍ନିକାଲ ଟିମ୍ ଘଟଣା ସ୍ଥଳ ଅନୁଧ୍ୟାନ କରିଛନ୍ତି । ପେଟ୍ରୋଲ ପମ୍ପର ଟେକ୍ନିକାଲ ସଦସ୍ୟଙ୍କ ସହିତ ଅନୁଧ୍ୟାନକାରୀ ଦଳ କଥା ହେବା ପରେ ବିସ୍ଫୋରଣ କାରଣ ନେଇ ଅଧିକ କହିହେବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ସୁରକ୍ଷା ଅଧିକାରୀ ।