ରାଜ୍ୟରେ ବଢିନାହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର : ସୁବ୍ରତ ବାଗଚୀ

୨୪ ଘଂଟିଆ କରୋନା ଅପଡେଟ୍

6,561

କନକ ବ୍ୟୁରୋ : ରାଜ୍ୟରେ ବଢିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା । କରୋନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ତାଜା ତଥ୍ୟ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜ୍ୟରେ ଚିହ୍ନଟ ହୋଇଥିବା ୨ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ଦେଲେ ସୁବ୍ରତ ବାଗଚୀ । ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧୮୮ଟି ଦେଶ ସଂକ୍ରମିତ ହୋଇଛି । ୩ଲକ୍ଷ ୮ହାଜର ୫୬୪ ଜଣ ଆକ୍ରାନ୍ତ ହେଲେଣି ।

ସେହିଭଳି ୫ ଟି ବହୁ ସଂକ୍ରମିତ ଦେଶ ମଧ୍ୟରେ ରହିଛନ୍ତି ଚୀନ, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍ ଏବଂ ଜର୍ମାନୀ । ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହିଁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶାରେ ୨ଜଣ କରୋନା ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଜ୍ୟରେ ଏଯାବତ୍ ୩ହଜାର ୪୭୪ ଜଣ ପଞ୍ଜୀକରଣ କରିଛନ୍ତି । ୭୬ ଜଣ ସନ୍ଦିଗ୍ଧ ନଜରରେ ରହିଛନ୍ତି । ଆଉ ୭୬ଟି ନମୁନା ମଧ୍ୟରୁ ଏବେ ବି ୨ ପଜିଟିଭ୍ ରହିଥିବାବେଳେ ଅନ୍ୟ ସବୁ ନେଗେଟିଭ୍ ରହିଛି ।