ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୪୪ । କେରଳରେ ୩ ବର୍ଷର ଶିଶୁ ଦେହରେ ଚିହ୍ନଟ ହେଲା ଭୂତାଣୁ, ମିଶନ କରୋନା ପାଇଁ ସେନା ସଜାଗ

151

କନକ ବ୍ୟୁରୋ : କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୪୪ରେ । କେରଳରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳରେ ଏକ ୩ ବର୍ଷ ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ନିକଟରେ ଇଟାଲୀରୁ ଫେରିଥିବା ଏହି ଶିଶୁର ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିିକିତ୍ସା କରାଯାଉଛି । ଭାରତରେ ଥିବା ୪୪ ଆକ୍ରାନ୍ତଙ୍କ ମଧ୍ୟରୁ ଶେଷ ଖବର ସୁଦ୍ଧା କେରଳରେ ୬ ଜଣ, ତାମିଲନାଡୁରେ ୨, ଆଗ୍ରାରେ ୬ ଜଣ, ଦିଲ୍ଲୀରେ ୩ ଜଣ , ନୋଏଡା, ଗାଜିଆବାଦ ଓ ତେଲେଙ୍ଗାନା ସମେତ ଜମ୍ମୁ କାଶ୍ମୀରରେ ଗୋଟିଏ କରୋନା ରୋଗୀଙ୍କ ଚିକିତ୍ସା କରୋନା ଆଇସୋଲେସନ ୱାର୍ଡରେ ଚାଲିଛି ।

ଯେଉଁମାନେ ୬ ସପ୍ତାହ ଭିତରେ ବିଦେଶରୁ ଆସିଥିବେ ସେମାନେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କଟକ ବଡ଼ ମେଡିକାଲରେ ଦୁଇ ଜଣ କରୋନା ସନ୍ଦିଗ୍ଧ ଭର୍ତି ହୋଇଛନ୍ତି । ସେମାନେ ଓମାନ ଓ ଇଟାଲୀ ସହ ସଂପୃକ୍ତ ରହିଥିବା କହିଛନ୍ତି ଡିଏମ୍ଇଟି । ଦୁଇ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ହେବ ବୋଲି କହିଛନ୍ତି ଡାକ୍ତର ସିବିକେ ମହାନ୍ତି । ଅନ୍ୟପଟେ ସୋମବାର ସଂଧ୍ୟାରେ ଆଉ ଜଣେ ସନ୍ଦିଗ୍ଧଙ୍କୁ କଟକ ଏସସିବିରେ ଭର୍ତି କରାଯାଇଛି । ତାଙ୍କର ଚୀନ ସହ ସଂପୃକ୍ତି ଥିବା ନେଇ ସୂଚନା ମିଳିଛି । ତେବେ ଏସସିବିରେ ଭର୍ତି ହୋଇଥିବା ୩ ଜଣ ସଂଦିଗ୍ଧ ଭାରତୀୟ ନାଗରିକ ନା ବିଦେଶୀ ନାଗରିକ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।