ଓଡ଼ିଶାର ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ : ଆଇଏମଡିର ଜଳବାୟୁ ରିପୋର୍ଟ, ୨୦୨୧ରେ ରାଜ୍ୟରେ ସର୍ବାଧିକ ବଜ୍ରପାତ ମୃତ୍ୟୁ, ଯାଇଛି ୨୧୩ ଜଣଙ୍କ ଜୀବନ

 ଦେଶରେ ହୋଇଛି ୭୮୦ ଜଣଙ୍କ ମୃତ୍ୟୁ

134

କନକ ବ୍ୟୁରୋ : ୨୦୨୧ରେ ରାଜ୍ୟରେ  ସର୍ବାଧକ ବଜ୍ରପାତ ମୃତ୍ୟୁ ହୋଇଛି ।  ଆଇଏମଡି ପକ୍ଷରୁ ଜାରି ୨୦୨୧ ଜଳବାୟୁ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଏହି ତଥ୍ୟ ଅନୁସାରେ, ଗତବର୍ଷ ବଜ୍ରପାତରେ ମୋଟ ୭୮୦ ଜଣଙ୍କ ଜୀବନ ଯାଇଛି । ଏଥିମଧ୍ୟରେ ଓଡିଶାରେ କେବଳ ସର୍ବାଧିକ ୨୧୩ ମୃତ୍ୟୁ ହୋଇଛି । ଓଡିଶା ପଛକୁ ରହିଛି ମଧ୍ୟପ୍ରଦେଶ ଓ ବିହାର । ମଧ୍ୟପ୍ରଦେଶରେ ମୋଟ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରର ୮୯ ଜଣ ପ୍ରାଣ ହରାଇଛନ୍ତି ।

ତେବେ ବିପର୍ଯ୍ୟୟଜନିତ ମୃତ୍ୟୁରେ ଓଡିଶା ଦ୍ୱିତୀୟରେ ରହିଥିବାବେଳେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଅଛି ।  ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩୫୦ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨୨୩ । ଓଡିଶାରେ ବଜ୍ରପାତଜନିତ ମୃତ୍ୟୁ ବାଦ୍ ବାତ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବାତ୍ୟା ୟାସରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଲାବ ବାତ୍ୟାରେ ଜଣକର ଜୀବନ ଯାଇଛି ।  ରିପୋର୍ଟ ଅନୁସାରେ, ୨୦୨୧ ଦେଶ  ପାଇଁ ଥିଲା ସବୁଠାରୁ ଉତ୍ତପ୍ତ ବର୍ଷ ।  ସ୍ୱାଭାବିକଠାରୁ ଗତବର୍ଷ ତାପମାତ୍ରା ୦.୪୪ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା ।  ଯଦିଓ ଏହା ୨୦୧୬ ଠାରୁ କମ ଥିଲା ।

ଏହାଛଡ଼ା, ସମାନ କାରଣ ହେତୁ କେରଳରେ ୬୭, ରାଜସ୍ଥାନରେ ୬୨, ହିମାଚଳ ପ୍ରଦେଶରେ ୫୯, ଝାଡ଼ଖଣ୍ଡରେ ୫୭, ଆନ୍ଧ୍ର ପ୍ରଦେଶରେ ୫୦, କର୍ଣ୍ଣାଟକରେ ୪୫, ତାମିଲନାଡୁରେ ୩୪, ଜମ୍ମୁ ଓ କଶ୍ମୀରରେ ୩୨, ତେଲେଙ୍ଗାନାରେ ୨୫ ଏବଂ ଆସାମରେ ୧୪ଜଣଙ୍କର ମୃତ୍ୟୁ ଘଟିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଅସ୍ବାଭାବିକ ପାଣିପାଗ ଅଘଟଣ ଯୋଗୁଁ ୭ଜଣ ପ୍ରାଣ ହରାଇଥିବା ବେଳେ ପ୍ରବଳ ବୃଷ୍ଟିପାତ ଏବଂ ବନ୍ୟା ଯୋଗୁଁ ୪ଜଣଙ୍କର ମୃତ୍ୟୁ ଘଟିଛି । ଭାରତୀୟ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ୨୦୨୧ ଥିବା ୧୯୦୧ରୁ ରେକର୍ଡ କରାଯାଇ ଆସିଥିବା ଉଷ୍ମତମ ବର୍ଷ ମଧ୍ୟରୁ ୫ମ। ୧୫ଟି ଉଷ୍ମତମ ବର୍ଷ ମଧ୍ୟରୁ ୨୦୦୭ ରୁ ୨୦୨୧ ମଧ୍ୟରେ ରହିଛି ୧୧ଟି ଉଷ୍ମତମ ବର୍ଷ ।