ବିଶ୍ୱର ୧୭୦ ଦେଶକୁ ବ୍ୟାପିଲାଣି କରୋନା । ୨ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

819

କନକ ବ୍ୟୁରୋ : ବିଶ୍ୱର ୧୭୦ଟି ଦେଶକୁ ବ୍ୟାପିଛି କରୋନା ଭୂତାଣୁ । ଆକ୍ରାନ୍ତ ସଂଖ୍ୟା ଟପିଲା ୨ ଲକ୍ଷ । ଶେଷ ରିପୋର୍ଟ ଆଧାରରେ କରୋନା ଆକ୍ରାନ୍ତ ସଂଖ୍ୟା ସାରା ବିଶ୍ୱରେ ୨ ଲକ୍ଷ ୪ ହଜାର ୩୭କୁ ଛୁଇଁଛି । ବିଶ୍ୱରେ ଚୀନ, ଇଟାଲୀ, ଇରାନ, ସ୍ପେନ ଓ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ । ଗତକାଲି ସୁଦ୍ଧା ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୬୯ । ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ଓଡିଶାରେ ଏଯାଏଁ ୪୭ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୪୬ ଜଣଙ୍କ ନେଗେଟିଭ୍ ରହିଛି । କେବଳ ଜଣେ ମାତ୍ର ଆକ୍ରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି । ପୂର୍ବରୁ ରାଜ୍ୟର ୧୨ ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସମସ୍ତ ୧୨ଟି ଯାକ ନମୁନା ନେଗେଟିଭ୍ ଆସିଛି । ଗତକାଲି ଆଉ ୬ଟି ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି ।