କନକ ବ୍ୟୁରୋ: ଗାଁକୁ ସ୍ୱଚ୍ଛ ରଖିବା ଦିଗରେ ନିଆଯିବ ପଦକ୍ଷେପ । ସହର ଭଳି ଗାଁରେ ମଧ୍ୟ ପ୍ରତି ଘରୁ ଉଠିବ ଅଳିଆ । ଘରକୁ ଘର ଯାଇ ଅଳିଆ ଓ ବର୍ଯ୍ୟବସ୍ତୁ ସଂଗ୍ରହ କରିବ ଅଳିଆ ଗାଡ଼ି । କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।