କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମୁନସିପାଲଟି ଅଂଚଳ ସମେତ ଅନ୍ୟ ସହରାଂଚଳରେ ଆଗାମୀ ୩ଦିନ ପାଇଁ କରୋନା କଟକଣାକୁ କୋହଳ କରାଯାଇଛି । ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଲକ ଡାଉନ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଏହି କୋହଳ କରାଯାଇଛି । ତେବେ ଜରୁରୀ ନପଡିଲେ କେହି ବାହାରକୁ ବାହାରନ୍ତୁ ନାହିଁ ବୋଲି ଗଞ୍ଜାମ ଏସପି ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । କରୋନା କଟକଣା ନିୟମକୁ ସମସ୍ତେ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।
ଅନ୍ୟପଟେ କୋରୋନା ସଂକ୍ରମଣ ବଢୁଥିବାରୁ ବ୍ରହ୍ମପୁର ସହରର ସୀମାକୁ ସିଲ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ବ୍ରହ୍ମପୁର ସହରରେ ସଂକ୍ରମଣ ବଢୁଥିବାରୁ ସହରକୁ ଯିବା ଆସିବା ଉପରେ କଟକଣା ଜାରି କରିଛି ବ୍ରହ୍ମପୁର ମହାନଗର ନିଗମ । ମେଡିକାଲ କାର୍ଯ୍ୟକୁ ବାଦ ଦେଲେ ପ୍ରଶାସନର ବିନା ଅନୁମତିରେ କେହି ବି ବ୍ରହ୍ମପୁର ସହରକୁ ପ୍ରବେଶ କରିପାରିବେ ନାହିଁ କି ସହରରୁ ବାହାରକୁ ଯାଇପାରିବେ ନାହିଁ ବୋଲି କୁହାଯାଇଛି ।