ଆଦିବାସୀ ଗାଁରେ ଅଜଣା ରୋଗ ଆତଙ୍କ : କାଲିମେଳା ସାନଟେକଗୁଡ଼ା ୨ ମାସରେ ଗଲାଣି ୭ ଜଣଙ୍କ ଜୀବନ; ଏବେ ବି ରୋଗୀଙ୍କୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ପାଖକୁ ନେଉଛନ୍ତି ପରିବାର

82

କନକ ବ୍ୟୁରୋ : ଆଦିବାସୀ ଗାଁରେ ଅଜଣା ରୋଗ ଆତଙ୍କ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ସାନଟେକଗୁଡ଼ା ଗ୍ରାମରେ ଅଜଣା ରୋଗ ଆତଙ୍କ । ସାନଟେକଗୁଡ଼ା ଗ୍ରାମରେ ଆଦିବାସୀ ଜନଜାତିର ୫୨ଟି ପରିବାରର ଲୋକ ବସବାସ କରନ୍ତି । ଗ୍ରାମରେ ଅଜଣା ରୋଗରେ ଗତ ୨ମାସ ଭିତରେ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତଥାପି ଲୋକମାନେ ସଚେତନ ହୋଇନାହାଁନ୍ତି ।

ଗାଁରେ ଯଦି କେହି ଅସୁସ୍ଥ ହୋଇପଡୁଛନ୍ତି ତେବେ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନାକୁ ନନେଇ ଗୁଣିଆଙ୍କ ଦ୍ୱାରା ଝଡ଼ାଫୁକା କରୁଛନ୍ତି । ଏମିତି କି ରୋଗୀଙ୍କୁ ଜଣେ କ୍ୱାକଙ୍କ ଦ୍ୱାରା ରୋଗୀଙ୍କୁ ସାଲାଇନ ଦେଉଥିବାର ନଜରକୁ ଆସିଛି ।