କେନ୍ଦ୍ର ଗୃହମନ୍ତ୍ରାଳୟ ସର୍ଭେରେ ପ୍ରଥମ ସ୍ଥାନରେ ଆସିକା ଥାନା। ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ଥର ପାଇଁ ଆସିକା ଥାନାକୁ ମିଳିଛି ସଫଳତା।

199

କନକ ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରାଳୟର ହୋଇଥିବା ସର୍ଭେରେ ଗଂଜାମ ଆସିକା ଥାନା ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଥାନା ଏହି ସଫଳତା ପାଇଛି । ବୃତିଗତ ପାରଦର୍ଶିତା, ସ୍ୱଚ୍ଛତା, ନିଷ୍ଠାପରତା, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ବ୍ୟବହାର, ପ୍ରତିବଦ୍ଧତା, ଦଣ୍ଡବିଧାନ, ପ୍ରଯୁକ୍ତିବିଦ୍ୟା ଭଳି ୧୬୫ଟି ପଏଂଟ ଉପରେ ସର୍ଭେ କରାଯାଇଥିଲା । ଏଥିରେ ଆସିକା ଥାନାକୁ ମିଳିଛି ଏହି ସଫଳତା ।