ଚେନ୍ନାଇର ଗଳି କନ୍ଦିରେ ଲାଗୁଛି ଓଡ଼ିଆ ଶ୍ରମିକଙ୍କ ଶ୍ରମିକ ହାଟ : ୧୨୦୦ କିମି ଦୂରରେ ବିଭିନ୍ନ କମ୍ପାନୀରେ ଲାଗୁଛନ୍ତି ମୂଲ

Advertisment
ଚେନ୍ନାଇର ଗଳି କନ୍ଦିରେ ଲାଗୁଛି ଓଡ଼ିଆ ଶ୍ରମିକଙ୍କ ଶ୍ରମିକ ହାଟ : ୧୨୦୦ କିମି ଦୂରରେ ବିଭିନ୍ନ କମ୍ପାନୀରେ ଲାଗୁଛନ୍ତି ମୂଲ

କନକ ବ୍ୟୁରୋ : ତାମିଲନାଡୁ ରାଜଧାନୀ ଚେନ୍ନାଇର ଗଳି କନ୍ଦିରେ ଲାଗୁଛି ଓଡ଼ିଆ ଶ୍ରମିକଙ୍କ ଶ୍ରମିକ ହାଟ । ରାତି ପାହିଲେ କିଏ କେଉଁ କାରଖାନାକୁ ଯିବେ ଜୀବନ ଜୀବିକା ପାଇଁ ତାହା ନିଷ୍ପତ୍ତି ନିଅନ୍ତି ଓଡ଼ିଆ ଯୁବକମାନେ । ସ୍ଥାନୀୟ ଯୁବକଙ୍କୁ ଏଠି ପ୍ରାଥମିକତା ମିଳେ, ଅଧିକ ବେତନରେ କର୍ମ ନିଯୁକ୍ତି ଦେଉଛନ୍ତି ତାମିଲନାଡୁର ପ୍ରଶାସନ ଓ କାରଖାନା ମାଲିକ ।

ସ୍ୱଳ୍ପ ବେତନରେ ଓଡ଼ିଆ ଯୁବକମାନେ ଇଚ୍ଛା ନଥିଲେ ବି ପରିବାର ଗୁଜରାଣ ପାଇଁ ଏଠି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଯଦି ଓଡ଼ିଶାରେରେ ଏଭଳି ନିଯୁକ୍ତି ମିଳନ୍ତା, ତାହେଲେ ହଜାର ହଜାର ଯୁବକମାନେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଆସନ୍ତେ ନାହିଁ ବୋଲି ଚେନ୍ନାରେ କାମ କରୁଥିବା ଓଡ଼ିଆ ଯୁବକ ମାନେ କହିଛନ୍ତି । ୨୦ହଜାରରୁ ଅଧିକ ଓଡ଼ିଆ ଶ୍ରମିକ ୧୨ଶହ କିଲୋମିଟର ଦୂର ଯାଇ ଦାଦନ ଖଟୁଛନ୍ତି । ସେପଟେ ଓଡ଼ିଆ ପିଲା ଭଲ ପିଲା ଓ ସ୍ୱାଭିମାନ ପିଲା ବୋଲି ଅନେକ ଶିଳ୍ପପତି ଓ କାରଖାନା ମାଲିକମାନେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe