କନକବ୍ୟୁରୋ : ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବା ପ୍ରସଙ୍ଗରେ କଟକରେ ପ୍ରତିବାଦ। କଟକ ମଙ୍ଗୁଳିଛକ ଠାରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଗୁଡିକୁ ଅଟକା ଯାଉଛି। ସ୍ଥାନୀୟ କିଛି ସାମାଜିକ ସଂଗଠନର କର୍ମକର୍ତ୍ତା ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ପ୍ରତିବାଦ କରୁଛନ୍ତି। ପଶ୍ଚିମବଙ୍ଗକୁ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡ଼ିକୁ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକ ରଖାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।