ରାଜ୍ୟରେ ୨୦୧୬-୨୧ ମଧ୍ୟରେ ୪୦୬ ଗଜରାଜଙ୍କ ମୃତ୍ୟୁ : ହେଲେ କେମିତି…ଗୃହରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

107

କନକ ବ୍ୟୁରୋ : ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ କେତେ ହାତୀଙ୍କର ମୃତ୍ୟୁ ହୋଇଛି ? ସେଥିମଧ୍ୟରୁ ଦୁର୍ଘଟଣା ଜନୀତ କେତେ ଏବଂ ଶିକାରୀମାନଙ୍କ ଦ୍ୱାରା କେତେ, ଉକ୍ତ ସବୁ ମୃତ୍ୟୁକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ଅବା ଭବିଷ୍ୟତରେ ନୂତନଭାବେ କଣ କଣ ପଦକ୍ଷେପ ନେବାର ଯୋଜନା ଅଛି ? ଗୃହରେ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୨୦୧୬-୧୭ ମସିହାରୁ ୨୦୨୦-୨୧ ମସିହା ମଧ୍ୟରେ ୪୦୬ ଗୋଟି ହାତୀଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଦୁର୍ଘଟଣା ଜନୀତ ମୃତ୍ୟୁ ସଂଖ୍ୟା ୧୬୨ ଅଟେ । ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪ ହାତୀଙ୍କର ମୃତ୍ୟୁ ହୋଇଛି । ସେହିପରି ବିଦ୍ୟୁତ ଆଘାତ ଲାଗି ୫୪ ଓ ଅନ୍ୟନ୍ୟା ୯୦ ଏବଂ ଶିକାରୀମାନଙ୍କ ଦ୍ୱାରା ୧୧ଗୋଟି ହାତୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଓ ଶିକାର ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ପ୍ରମୁଖ ପଦକ୍ଷେମାନ ଗ୍ରହଣ କରାଯାଉଛି ଏବଂ ଆଗକୁ ଯୋଜନା ଅଛି ।