କନକ ବ୍ୟୁରୋ : ରାଜ୍ୟସଭାରେ ପୁଣି ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ । ରାଜ୍ୟସଭାର ଶୂନ୍ୟ କାଳରେ ଆଜି ଏହି ପ୍ରସଙ୍ଗ ଉଠାଇଛି ବିଜେଡି । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ । ସାଂସଦମାନେ ଗୃହରେ କହିଥିଲେ , ଏଫସିଆଇ ରାଜ୍ୟର ବଳକା ଉଷୁନା ଚାଉଳ ଉଠାଉନାହିଁ । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଉଛି ।

Advertisment

ଏହାଦ୍ୱାରା ଚାଷୀମାନେ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ । କେନ୍ଦ୍ର ଏକତରଫା ଭାବେ ଏହି ଚାଉଳକୁ ଉଠାଉନାହିଁ ବୋଲି ସାଂସଦମାନେ ଅଭିଯୋଗ ଆଣିଛନ୍ତି । ଉଷୁନାଚାଉଳ ଉଠାଇବାକୁ ନେଇ ଦୀର୍ଘଦିନ ହେଲା ରାଜ୍ୟ କେନ୍ଦ୍ର ବିବାଦ ଲାଗିରହିଛି । ରାଜ୍ୟ ଏ ନେଇ କେନ୍ଦ୍ରକୁ ବାରମ୍ବାର କହିଥିଲେ ବି କିଛି ପଦକ୍ଷେପ ନିଆଯାଉନାହିଁ ।