କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣା । ଏନସିବି ମୁଖ୍ୟ କହିଲେ, ଯେତେ ବଡ଼ ଲୋକ ହୁଅନ୍ତୁ କାର୍ଯ୍ୟାନୁଷ୍ଠାନ ହେବ ।

134
କନକ ବ୍ୟୁରୋ: ଯେତେବଡ଼ ଲୋକଙ୍କ ହୁଅନ୍ତୁ ପଛେ କାହାକୁ ଛଡ଼ାଯିବନି । ବଲିଉଡ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ କରିବ ଏନସିବି । କାରଣ ଏହି ଡ୍ରଗ୍ସ ରେଭ୍ ପାର୍ଟି ଦ୍ୱାରା ଯୁବବର୍ଗ ଏହାପ୍ରତି ଆକର୍ଷିତ ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଡ଼ିଆ ପୁଅ ତଥା ଏନସିବି ମୁଖ୍ୟ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।
ମୁମ୍ବାଇରୁ ଗୋଆ ଯାଉଥିବା ଏକ ଲକ୍ସଜରୀ କ୍ରୁଜରେ ରେଭ୍ ପାର୍ଟି ଘଟଣାରେ ଛାନଭିନ୍ କରୁଛି ନକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ  । ଏନସିବି ମୁଖ୍ୟ ତଥା ଓଡ଼ିଆ ପୁଅ ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟାରେ ଆଉ ମଧ୍ୟ କହିଛନ୍ତି କି, ତଦନ୍ତ ଚାଲିଛି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ । ବର୍ତ୍ତମାନ ୮ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଏବଂ ବଲିଉଡ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ ଆଗକୁ ହେବ । ସିଏ ଯିଏ କେହି ବି ହୁଅନ୍ତୁ ତଦନ୍ତ ପରିସରଭୁକ୍ତ ହେବେ । କାରଣ ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ ବୋଲି ଏନସିବି ମୁଖ୍ୟ କହିଛନ୍ତି ।
ଅନ୍ୟପଟେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଅର୍ୟାନ୍ ଖାନଙ୍କୁ ପଚରାଉଚରା ବେଳେ ଆର୍ୟାନ କହିଛନ୍ତି କି, ମୋତେ କେବଳ ଜଣେ ଅତିଥି ଭାବେ ନିମନ୍ତ୍ରଣ ମିଳିଥିଲା ମୁଁ ସେଥିପାଇଁ ସାମିଲ ହୋଇଥିଲି । ଏଥିପାଇଁ ମୁଁ କୌଣସି ଟଙ୍କା ଦେଇନଥିବା କହିଛନ୍ତି ଶାହାରୁଖଙ୍କ ପୁଅ । ଏନସିବିର ଜେନେରାଲ ଡାଇରେକ୍ଟର ସମୀର ୱାଙ୍ଖେଡେ କହିଛନ୍ତି କି ଏପର୍ଯ୍ୟନ୍ତ ଶାହାରୁଖ ପୁଅଙ୍କୁ ଗିରଫ କରାଯାଇନି କେବଳ ପଚରାଉଚରା ଚାଲିଛି ।
ସବୁଠାରୁ ବଡ଼ କଥା ହେଲା, ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ ମୋବାଇଲ୍ ଫୋନ୍ ଜବତ କରିଛନ୍ତି ଏନସିବି ଅଧିକାରୀ । ତାଙ୍କ ଚାଟ୍ ହିଷ୍ଟ୍ରିକୁ ଯାଞ୍ଚ କରୁଛି ଏନସିବି । ଏହାସହ ଦିଲ୍ଲୀରୁ ମଧ୍ୟ ଆସିଥିବା ୩ ଜଣ ଯୁବତୀଙ୍କୁ ମଧ୍ୟ ହେପାଜତକୁ ନେଇଛନ୍ତି (ନାକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) । ଏହି ୩ ଜଣ ଯୁବତୀ ବିଶିଷ୍ଟ ଶିଳ୍ପପତିଙ୍କ ଝିଅ ବୋଲି ସୂଚନା ମିଳିଛି ।