ପାଭିଲିୟନରେ ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ । ପଡିଆରେ ତାଳିମାରି କ୍ରିକେଟର ଜଣାଇଲେ ଶୁଭେଚ୍ଛା

6,750

କନକ ବ୍ୟୁରୋ:  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଚାଲିଥିବାବେଳେ ଘଟିଲା ରୋଚକ ଦୃଶ୍ୟ । ଭାରତ ମ୍ୟାଚ୍ ହାରିଲା ସତ କିନ୍ତୁ ସିରିଜ୍ ବଦଳରେ ଅଷ୍ଟ୍ରେଲିଆର ସୁନ୍ଦରୀଙ୍କ ମନ ଜିଣିଲେ ଭାରତୀୟ ଯୁବକ । ପ୍ୟାଭିଲିୟନ ଭିତରେ କ୍ୟାମେରା ସମ୍ନାରେ ଅଷ୍ଟ୍ରେଲିଆ ଯୁବଚତୀଙ୍କୁ କଲେ ପ୍ରପୋଜ୍, ଯାହା ଏବେ ଏବେ ଅଷ୍ଟ୍ରେଲିଆ ଆକାଶରୁ ଭାରତ ଭିତରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ଭାରତ ବ୍ୟାଟିଂ କରୁଥିବାବେଳେ ଭାରତୀୟ ଯୁବକ ଅଷ୍ଟ୍ରେଲିଆର ପ୍ରଶଂସକ ବା ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଦେଲେ । ତାଙ୍କୁ ହାତ ଆଙ୍ଗୁଠି ବଢ଼ାଇ ପୂରା ଫିଲ୍ମ ଷ୍ଟାଇଲରେ ପ୍ରପୋଜ୍ କରିଦେଲେ । ଭାରତୀୟ ଯୁବକଙ୍କ ଏଭଳି ପ୍ରେମ ନିବେଦନ ଦେଖି ହଠାତ୍ ଯୁବତୀ ଜଣକ ସ୍ତବ୍ଧ ହୋଇଯାଇଥିଲେ ବି ଷ୍ଟାଡିୟମରେ ଥିବା ଫ୍ୟାନ୍ସଙ୍କ ତାଳି ଏବଂ ଚିୟରଅପ୍ ଦେଖି ଭାରତୀୟ ଯୁବକଙ୍କ ପ୍ରେମ ନିବେଦନକୁ ସ୍ୱୀକାର କରିଦେଲେ । ଯାହା କି  କ୍ରିକେଟ କ୍ୟାମେରାରେ କଏଦ ହୋଇଗଲା ।

ତେବେ ପ୍ରେମ ନିବେଦନ ପାଇଁ କୌଣସି ପରମ୍ପରା ବା ଶୁଭ ମହୁରତ କି ସ୍ଥାନ ନ ଲୋଡ଼ା ନଥାଏ ବୋଲି ଏହି ଯୋଡ଼ି ଜଣାଇଥିବାବେଳେ  । ଏହାକୁ ଦେଖି ପଡ଼ିଆରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସମତେ ଅନ୍ୟ ଖେଳାଳୀମାନେ କରତାଳି ଦେଇ ନୂଆ ଯୋଡ଼ିଙ୍କୁ ଶୁଭକାମନା ଜଣାଇଲେ । ସତରେ ଭାରତୀୟ ଟିମ୍ ଦିନିକିଆ ସିରିଜ୍  ଜିତି ପାରିନଲାନି ସତ କିନ୍ତୁ ଦିଲ୍ ଜିତିନେଲା ।