କନକ ବ୍ୟୁରୋ: ଖଲ୍ଲିକୋଟ ବ୍ଲକ ଅଧକ୍ଷ ପଦ ହାତେଇବା ପାଇଁ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେଉଥିବା ବେଳେ ଚଳିତ ନିର୍ବାଚନରେ ଖଲ୍ଲିକୋଟ ବିଧାୟିକାଙ୍କ ପରିବାର ଓ ତାଙ୍କ ସମ୍ପର୍କିୟ ରାଜନିତି ମଇଦାନରେ ପ୍ରାର୍ଥି ହୋଇଛନ୍ତି । ଯାହା ଖଲ୍ଲିକୋଟ ରାଜନିତିକୁ ସରଗରମ କରିଛି ।
ସ୍ତ୍ରୀ ବିଧାୟିକା, ସ୍ୱାମୀ ସମିତି ସଭ୍ୟ ପ୍ରାର୍ଥୀ । ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରା ସମିତିସଭ୍ୟ ପ୍ରାର୍ଥୀ ଭାବେ ଦାନପୁର ପଂଚାୟତରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ କେବଳ ବିଧାୟକଙ୍କ ସ୍ୱାମୀ ନୁହଁନ୍ତି, ତାଙ୍କ ସହ ପରିବାରର ଅନ୍ୟ ୩ ଜଣ ମଧ୍ୟ ଏଥର ରାଜନୈତିକ ଭାଗ୍ୟ ପରଖୁଛନ୍ତି । ସାବୁଳିଆ ପଂଚାୟତରୁ ବିଧାୟିକାଙ୍କ ଭଉଣୀ କବିତା ବେହେରା ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି । ଏହାସହ ପଥରା ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ବିଧାୟିକାଙ୍କ ସମ୍ପର୍କିୟ ଭାଣିଜି ସାଗରିକା ବେହେରା । ତାଲିକା ଏଇଠି ସରି ନାହିଁ । ସୁର୍ଯ୍ୟମଣୀ ବୈଦ୍ୟଙ୍କ ନିଜ ପଂଚାୟତ କେଶପୁରରେ ସରପଂଚ ପ୍ରାର୍ଥୀ ପାଲଟିଛନ୍ତି ତାଙ୍କ ଦିଅର ସିତାରାମ ବେହେରା
ଲୋକତନ୍ତ୍ରରେ କେହି ବି ରାଜନୀତି ମୈଦାନରେ ପ୍ରାର୍ଥୀ ଭାବେ ଛିଡ଼ା ହୋଇପାରିବେ । ଏଥିରେ କାହାର କିଛି କହିବାର ନାହିଁ । ହେଲେ ବିଧାୟିକାଙ୍କ ପରିବାରର ୪ ସଦସ୍ୟ ଯେତେବେଳେ ନିର୍ବାଚନ ଲଢ଼ୁଛନ୍ତି, ତାକୁ ନେଇ ବିରୋଧୀ ପକ୍ଷ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବିଧାୟିକା ନିଜର କ୍ଷମତା ବଂଚାଇ ରଖିବାକୁ ନିଜ ପରିବାର ଓ ସମ୍ପର୍କିୟଙ୍କୁ ରାଜନିତି ମଇଦାନକୁ ଆଣିଛନ୍ତି । ଖଲ୍ଲିକୋଟ ବ୍ଲକ ଅଧକ୍ଷ ପଦ ଅନୁସୁଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ଏହି ପଦ ପାଇଁ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ମଧ୍ୟରେ କଡା ଟକ୍କର ଆରମ୍ଭ ହୋଇ ସାରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/pjimage-13.jpg)