କନକ ବ୍ୟୁରୋ : ଆସନ୍ତା ମାସେରୁ ଦେଢ ମାସ ମଧ୍ୟରେ ରାଜ୍ୟରେ କମିବ କରୋନା ସଂକ୍ରମଣ । କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଡିଏମଇଟି ସିବିିକେ ମହାନ୍ତି । ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦିଆଯାଇଛି । ୫୬୫ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଇଛି ପ୍ଲାଜମା । ସେଥିମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇଛନ୍ତି । publive-image

Advertisment

ସେପଟେ , ଆଜି ରାଜ୍ୟରେ ୩୬ ଶହ ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨୨ଶହ ୧୪ ଜଣ ସଂକ୍ରମିତ ଥିବା ବେଳେ ୧୪ଶହ ୧୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୧୩ ହଜାର ୪୧୧ରେ ପହଚିଂଛି । ସେହିପରି ୨୪ଘଂଟାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକର ୁ୩୭୦ଜଣ, ମୟୁରଭଂଜରୁ ୩୬୫ଜଣ,ବରଗଡ଼ରୁ ୨୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୧୮୬ଜଣ, ପୁରୀରୁ ୧୫୭, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୪, ଗଂଜାମରୁ ୧୦୭, ରାୟଗଡ଼ରୁ ୧୧୧, ନୟାଗଡ଼ରୁ ୧୦୦, ଅନୁଗୁଳରୁ ୪୧, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୨୭, ଦେଓଗଡ଼ ୧୧, ଢ଼େଙ୍କାନାଳରୁ ୫୬, ଗଜପତିରୁ ୯, ଜଗତସିଂହପୁରରୁ ୭୯, ଝାରସୁଗୁଡ଼ା ୮୦, କଳାହାଣ୍ଡି ୨୭, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୮୦, କୋରାପୁଟରୁ ୯୩, ମାଲକାନଗିରିରୁ ୫୫, ନବରଙ୍ଗପୁରରୁ ୪୬, ନୂଆପଡ଼ାରୁ ୪୯, ସମ୍ବଲପୁରରୁ ୬୮, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୮୪ ହଜାର ୭୩ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ହଜାର ୭୬୩ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିିଛି ।