କନକ ବ୍ୟୁରୋ : ବଦଳିଯାଇଛି କ୍ୟାଲେଣ୍ଡର । ଆସିଛି ନୂଆ ବର୍ଷ ୨୦୨୪ । ନୂଆ ବର୍ଷରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ନିୟମରେ ପରିବର୍ତନ ହୋଇଛି । ଏହି ନୂଆ ନିଷ୍ପତି ଲୋକଙ୍କ ସଂଚୟଠାରୁ ଆରମ୍ଭ ଲୋକଙ୍କ ଆର୍ଥିକ ନିଷ୍ପତିକୁ ପ୍ରଭାବିତ କରିପାରେ ।
ନୂଆ ବର୍ଷ, ନୂଆ ନିୟମ
- ସୁକନ୍ୟା ଯୋଜନାରେ ୮ ପ୍ରତିଶତ ବଦଳରେ ୮.୨ ପ୍ରତିଶତ ସୁଧ
- ତିନି ବର୍ଷିଆ ମିଆଦି ଜମାରେ ୭.୧୦ ପ୍ରତିଶତ ସୁଧ ମିଳିବ
- ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବ
- ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ
- ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ
- ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ
- ସ୍ୱାସ୍ଥ୍ୟ ବୀମା ପଲିସି ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ
- ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ
- କେବଳ ଡିଜିଟାଲ କେୱାସି ଜରିଆରେ ହିଁ ସିମ୍ କିଣିହେବ
- ବ୍ୟାଙ୍କ ଲକର୍ର ନୂଆ ନିୟମ ଲାଗୁ କରାଯିବ
- ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବେ
- ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ନୂଆ ନିୟମ
- ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରିବେ ଭକ୍ତ
- ପାନ, ଗୁଟଖା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ