କନକ ବ୍ୟୁରୋ: ଫାଇଭ-ଟି ନାଁରେ ସ୍କୁଲ ଗୁଡ଼ିକରେ ଦୁର୍ନୀତି ହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ନୂତନ ଭାବେ ଦାୟିତ୍ୱ ନେଇଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପୁରୁଣା ସରକାର ସମୟରେ ୫ଟି ସ୍କୁଲରେ ରୂପାନ୍ତରଣ କରାଯାଉଥିଲା । ଭିତିଭୂମିର ସୁରକ୍ଷା କରାଯାଉଥିବା କୁହାଯାଇ ବଡ଼ ଆକରରେ ଏହାର ପ୍ରଚାର ପ୍ରସାର କରାଯାଉଥିଲା । ପରବର୍ତୀ ସମୟରେ ଏହାକୁ ନେଇ ଦୁର୍ନୀତିର ଅଭିଯୋଗ ଆସିଥିଲା । ଏନେଇ ପ୍ରତିକ୍ରିୟା ରଖି ଗଣଣିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଫାଇଭ-ଟି ନାଁରେ ସ୍କୁଲ ଗୁଡ଼ିକରେ ଦୁର୍ନୀତି ହୋଇଥିଲେ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us