ଯଦି ଆପଣ ରେଳରେ ଯାତ୍ରା କରୁଛନ୍ତି ତେବେ ଏହି ଖବର ପଢିବା ପରେ ହୋଇଯିବେ ଆଶ୍ଚର୍ଯ୍ୟଚକିତ !

27

କନକ ବ୍ୟୁରୋ: ଭାରତୀୟ ରେଳରେ ପ୍ରତ୍ୟେକ ଦିନ ଅଢେଇ କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି । ତେବେ ଅନେକ ସମୟରେ ରେଳ ବିଭାଗରେ ଚେରି ହେଉଥିବା ଭଲି ମାମଲା ଆସେ । ତେବେ ଚଳିତ ବର୍ଷ ୫୫,୩୬୯ ଲୁଟପାଟ ରେଳରେ ହୋଇଥିବା ଜଣାପଡିଥିବା ବେଳେ ୧୫୭୦ ଅନ୍ୟ ଘଟଣା ଘଟିଛି । ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୯୨୨୨ଟି ମାମଲା ହୋଇଥିବା ଜଣାପଡିଛି । ତେବେ ମାମଲା ରୁଜୁ ହେବାପରେ ୧୩୭୮ ଜଣଙ୍କୁ ବିଭିନ୍ନ ମାମଲାରେ ପୋଲିସ ହେପାଜତକୁ ନେଇଥିବା ଜଣାପଡିଛି । ତେବେ ମିଳିଥିବା ସୂଚନା ଅନୁସାରେ ୨୦୧୭ ମସିହାରେ ୧୮୯୩୬ଟି ମାମଲା ହୋଇଥିଲା । ତେବେ ଦିନକୁ ଦିନ ରେଳରେ ଡକାୟତି ଭଳି ମାମଲା ବଢିବାରେ ଲାଗୁଛି । ତେବେ ସେହି ସମୟରେ ୩୯୦୭ ସଦିଗ୍ଧଙ୍କୁ ହେପାଜତକୁ ନିଆଯାଇଥିବା ଜଣାପଡିଛି । ତେବେ ଦିନକୁ ଦିନ ମାମଲା ବଢୁଥିବାରୁ ଚିନ୍ତାରେ ରେଳ ବିଭାଗ ଥିବା ଜଣାପଡିଛି । ଉତ୍ତର ଓ ପଶ୍ଚିମ ରେଳ ଅଧୀନରେ ଲୁଟପାଟ ହେଉଥିବା ତଥ୍ୟ ଜଣାପଡିଛି ।

 

୨୦୧୫ ମସିହାରେ ଅନେକ ଲୁଟପାତର ଅଭିଯୋଗ ଆସିଥିଲା । ତେବେ ଅନେକ ବିନା ଟିକେଟରେ ଯାତ୍ରା କରିବା ସହ ଯାତ୍ରୀମାନଙ୍କଠାରୁ ଲୁଟପାତ କରୁଛନ୍ତି । ବେଳେ ବେଳେ ସ୍ଥିତି ଏପରି ହୋଇଛି ଯେ, ଟଙ୍କା ପଇସା ନଦେବାରୁ ଦୁବୃତମାନେ ଯାତ୍ରୀମାନଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି । ରାତିରେ ଯାଉଥିବା ଟ୍ରେନ ଗୁଡିକରେ ଅଧିକ ଚୋରି ହେଉଥିବା ରିପୋର୍ଟରୁ ଜଣାପଡିଛି । ରେଳ ବିଭାଗ ୧୮୨ ନମ୍ବରରେ କଲ କରି ନିଜର ଅସୁବିଧା ସମ୍ପର୍କରେ ଅଭିଯୋଗ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ସମୟରେ ଏଠାକୁ କଲ ମଧ୍ୟ କୈାଣସି ସୁବିଧା ମିଳୁନଥିବା ଅଭିଯୋଗ ହେଉଛି । ତେବେ ଏପରି ଭାବରେ ମାମଲା ବଢୁଥିବାରୁ ଏହାକୁ କିପରି ଭାବରେ ଅଟକାଇ ଯାଇପାରିବ ତାହାଲାଗି ପଦକ୍ଷେପ ନିଆଯାଉଛି ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।