ରାଜ୍ୟରେ ୪ ଦିନରେ ୨ ଟଙ୍କା ୮୧ ପଇସା ବଢିଲା ପେଟ୍ରୋଲ ଦର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୬୬ ପଇସା ବୃଦ୍ଧି : ଡିଜେଲ ଦର ବଢିଲା ୫୯ ପଇସା

227

କନକ ବ୍ୟୁରୋ : ରାଜ୍ୟରେ ୪ ଦିନରେ  ୨ ଟଙ୍କା ୮୧ ପଇସା ବଢିଛି ପେଟ୍ରୋଲ ଦର । ଆଜି ଭୁବନେଶ୍ୱରରେ ୬୬ ପଇସା ବଢିଛି ପେଟ୍ରୋଲ ଦର । ବର୍ତମାନ ରାଜ୍ୟରେ ୭୪ ଟଙ୍କା ୪୮ ପଇସା ରହିଛି ପେଟ୍ରୋଲ ଦର । ଆଜି ଡିଜେଲ ଦର ୫୯ ପଇସା ବଢିଛି । ରାଜ୍ୟରେ ଏବେ ଡିଜେଲ ଦର ୭୦ ଟଙ୍କା ୫୧ ପଇସା ରହିଛି ।

ରାଜ୍ୟ ପେଟ୍ରୋଲ ଓନର ଆସୋସିଏସନର ସଭାପତି ସଂଜୟ ଳାଠ ଏନେଇ ସୂଚନା ଦେଇଛନ୍ତି । ତେବେ ଲଗାତାର ଏପରି ଭାବରେ ତୈଳଦର ବଢୁଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ଖାଉଟିଙ୍କ ଉପରେ ।