କନକ ବ୍ୟୁରୋ : ରାଜ୍ୟରେ ୪ ଦିନରେ ୨ ଟଙ୍କା ୮୧ ପଇସା ବଢିଛି ପେଟ୍ରୋଲ ଦର । ଆଜି ଭୁବନେଶ୍ୱରରେ ୬୬ ପଇସା ବଢିଛି ପେଟ୍ରୋଲ ଦର । ବର୍ତମାନ ରାଜ୍ୟରେ ୭୪ ଟଙ୍କା ୪୮ ପଇସା ରହିଛି ପେଟ୍ରୋଲ ଦର । ଆଜି ଡିଜେଲ ଦର ୫୯ ପଇସା ବଢିଛି । ରାଜ୍ୟରେ ଏବେ ଡିଜେଲ ଦର ୭୦ ଟଙ୍କା ୫୧ ପଇସା ରହିଛି ।
ରାଜ୍ୟ ପେଟ୍ରୋଲ ଓନର ଆସୋସିଏସନର ସଭାପତି ସଂଜୟ ଳାଠ ଏନେଇ ସୂଚନା ଦେଇଛନ୍ତି । ତେବେ ଲଗାତାର ଏପରି ଭାବରେ ତୈଳଦର ବଢୁଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ଖାଉଟିଙ୍କ ଉପରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/25-8.jpg)