କନକ ବ୍ୟୁରୋ: ଗତ ଆଠ ବର୍ଷରେ କେବଳ ପେଟ୍ରୋଲ ଦାମ ବଢ଼ିନାହିଁ । ବରଂ କେବଳ ଇଲେକଟ୍ରୋନିକ୍ସ ସାମଗ୍ରୀକୁ ଛାଡ଼ିଦେଲେ ପେଟ୍ରୋଲ ତୁଳନାରେ ଅନ୍ୟ ସବୁ ଖାଉଟି ସାମଗ୍ରୀର ଦର ଅଧିକ ହାରରେ ବଢ଼ିଛି । ଦରଦାମ ବୃଦ୍ଧି ସାଧାରଣ ଖାଉଟି ପାଇଁ ଚିନ୍ତାର କାରଣ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଠ ବର୍ଷ ଭିତରେ ପେଟ୍ରୋଲ ତୁଳନାରେ ଖାଉଟି ସାମଗ୍ରୀର ଦର କିଭଳି ହାରରେ ବଢ଼ିଛି ତା’ ଉପରେ ଥରେ ନଜର ପକାନ୍ତୁ । ପେଟ୍ରୋଲ ଭଳି ଅନ୍ୟ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । ଅଟା ହେଉ କି ଆଳୁ, ଡାଲି ହେଉ କି ଖାଇବା ତେଲ ସବୁ କିଛି ଦର ବଢ଼ିଛି । ୫୦ରୁ ୬୦ ପ୍ରତିଶତ ଦର ବୃଦ୍ଧି ହୋଇଛି । ଖାଇବା ତେଲର ମୂଲ୍ୟ ପ୍ରାୟ ୨ ଗୁଣ ହୋଇ ଯାଇଛି । ଚିକେନ୍ ଦର ମଧ୍ୟ ୫୦ ପ୍ରତିଶତରୁ ଅଧିକ ବଢ଼ିଛି । କ୍ଷୀର ରେଟ୍ ମଧ୍ୟ ବୃଦ୍ଧି ପାଇଛି । ୱାସିଂ ମେସିନ୍, ଏସି ଆଦି ଘରୋଇ ଉପକରଣ ଦର ବି ବଢ଼ିଯାଇଛି । ମୋଟାମୋଟି କହିବାକୁ ଗଲେ ଅଧିକାଂଶ ସାମଗ୍ରୀ ଉପରେ ପଡିଛି ମହଙ୍ଗା ମାଡ଼ ।
ଖାଉଟି ମୂଲ୍ୟ ସୂଚୀକୁ ଦେଖିଲେ ଗତ ଆଠ ବର୍ଷ ଭିତରେ କେବଳ ଟିଭି, ହୋମଥିଏଟର ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀକୁ ଛାଡ଼ିଦେଲେ ପରିବା, ଡାଲି, କ୍ଷୀର ଓ ଚିକେନ ଭଳି ଖାଦ୍ୟ ସାମଗ୍ରୀ ପ୍ରାୟ ୫୦% ବା ଦେଢ଼ ଗୁଣ ବଢ଼ିଯାଇଥିବା ଦେଖାଯାଇଛି । ସେହିଭଳି ଖାଇବା ତେଲ ଆମଦାନୀ ଉପରେ ଦେଶ ନିର୍ଭର କରୁଥିବା ବେଳେ ଖାଇବା ତେଲର ଦାମ ପ୍ରାୟ ଦୁଇ ଗୁଣ ହୋଇଯାଇଛି । ତେବେ କେବଳ ଏଲଇଡି ଟିଭି, ହୋମ ଥିଏଟର ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀର ଦାମ ପୂର୍ବ ଅପେକ୍ଷା କମିଥିବା ଦେଖାଯାଇଛି ।