ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯,୭୦୬ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧,୧୧୫ ମୃତ୍ୟୁ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୯,୫୨୪କୁ ବୃଦ୍ଧି

158

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢୁଛି । ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ଡେଇଁଛି । ଗତ ୨୪ ଘଂଟାରେ ୮୯ ହଜାର ୭୦୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧ ହଜାର ୧୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଆକ୍ରାନ୍ତ, ୪୩ ଲକ୍ଷ ୭୦ ହଜାର ୧୨୯କୁ ଛୁଇଁଛି । ସେହିପରି ମହାମାରୀ ଭୁତାଣୁରେ ୭୩ ହଜାର ୮୯୦ ଜଣଙ୍କ ଜୀବନ ଯାଇଛି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୩୯୪ ରହିଥିବା ବେଳେ ୩୩ ଲକ୍ଷ ୯୮ ହଜାର ୮୪୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୫୦ ଜଣ, ଆନ୍ଧ୍ରପ୍ରଦେଶରେ ୪୫୬୦ ଜଣ, ଅରୁଣାଚଳ ପ୍ରଦେଶରେ ୯ ଜଣ, ଆସାମରେ ୩୭୮ ଜଣ, ବିହାରରେ ୭୬୫ ଜଣ, ଚଣ୍ଡିଗଡ଼ରେ ୭୮ ଜଣ, ଛତିଶଗଡ଼ରେ ୪୦୭ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୬୧୮ ଜଣ, ଗୋଆରେ ୨୫୬ ଜଣ, ଗୁଜରାଟରେ ୩୧୩୩ ଜଣ, ହରିୟାଣାରେ ୮୫୪ ଜଣ, ହିମାଚଳ ପ୍ରଦେଶରେ ୬୦ ଜଣ, ଜମ୍ମୁ ଓ କଶ୍ମୀରରେ ୮୧୫ ଜଣ, ଝାଡ଼ଖଣ୍ଡରେ ୪୯୬ ଜଣ, କର୍ଣ୍ଣାଟକରେ ୬୬୮୦ ଜଣ, କେରଳରେ ୩୭୨ ଜଣ, ଲଦାଖରେ ୩୫ ଜଣ, ମଧ୍ୟପ୍ରଦେଶରେ ୧୬୦୯ ଜଣ, ମହାରାଷ୍ଟ୍ରରେ ୨୭୪୦୭ ଜଣ, ମଣିପୁରରେ ୩୯ ଜଣ, ମେଘାଳୟରେ ୧୭ ଜଣ, ନାଗାଲାଣ୍ଡ୍‌ରେ ୧୦ ଜଣ, ଓଡ଼ିଶାରେ ୫୬୯ ଜଣ, ପୁଦ୍ଦୁଚେରୀରେ ୩୩୭ ଜଣ, ପଞ୍ଜାବରେ ୧୯୯୦ ଜଣ, ରାଜସ୍ଥାନରେ ୧୧୬୪ ଜଣ, ସିକିମରେ ୭ ଜଣ, ତାମିଲନାଡୁରେ ୮୦୧୨ ଜଣ, ତେଲେଙ୍ଗାନାରେ ୯୧୬ ଜଣ, ତ୍ରିପୁରାରେ ୧୬୧ ଜଣ, ଉତ୍ତରାଖଣ୍ଡରେ ୩୬୦ ଜଣ, ଉତ୍ତରପ୍ରଦେଶରେ ୪୦୪୭ ଜଣ ଏବଂ ପଶ୍ଚମବଙ୍ଗରେ ୧୬୦୦୨୫ ଜଣ ।