ଭାରତର କରୋନା ମିଟର : ୨୪ ଘଂଟାରେ ଦେଶରେ ୬୧ ହଜାର ୫୩୭ ଆକ୍ରାନ୍ତ, ୯୩୩ଜଣଙ୍କ ମୃତ୍ୟୁ; ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୧ ଲକ୍ଷ

185

କନକ ବ୍ୟୁରୋ :୨୧ ଲକ୍ଷର ନିକଟତର ହେଲା ଭାରତର କରୋନା ମିଟର । ଦେଶରେ ଗତ ୨୪ ଘଂଟାରେ ୬୧ ହଜାର ୫୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୧ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୨ ରହିଛି । ଗତ ୨୪ ଘଂଟାରେ ସାରା ଦେଶରେ କରୋନା ସଂକ୍ରମଣରେ ଆଉ ୯୩୩ ଜଣଙ୍କ ମୃତ୍ୟୁ ହୋଇଛି । ୯୩୩ ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨ ହଜାର ୫୧୮କୁ ବୃଦ୍ଧି ହୋଇଛି । ଦେଶରେ ଏବେ ୬ ଲକ୍ଷ ୧୯ ହଜାର ୮୮ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ଚିକିତ୍ସା ପରେ ୧୪ ଲକ୍ଷ ୨୭ ହଜାର ୬ ଜଣ ସୁସ୍ଥ ହୋଇଛନ୍ତି ।

ମୋଟ୍‌ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୯ ହଜାର ୦୦୮ ସକ୍ରିୟ ମାମଲା ରହିଛି। ମୃତ୍ୟୁହାର ମଧ୍ୟ ୨.୦୪ ପ୍ରତିଶତକୁ କମି ଯାଇଛି । ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪୨ ହଜାର ଟପିଥିବାବେଳେ ପ୍ରଥମ ଥର ପାଇଁ ଦେଶରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ତେବେ ଦେଶରେ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇବା ସହ ସକ୍ରିୟ ମାମଲା ମଧ୍ୟ କମିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୨ କୋଟି ୩୩ ଲକ୍ଷ ୮୭ ହଜାର ୧୭୧ ୭ କରାଯାଇଥିବାବେଳେ ଗତକାଲି ୫ ଲକ୍ଷ ୯୮ ହଜାର ୭୭୮ ୭ କରାଯାଇଛି |