ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୧୦୪୫ ମୃତ୍ୟୁ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୯,୫୨୪କୁ ବୃଦ୍ଧି

180

କନକ ବ୍ୟୁରୋ :  ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦେଶରେ ଲଗାତାର ଭାବେ ୩ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ପାର କରୁଥିବା ବେଳେ ଗତକାଲି ୭୦,୦୦୦ତଳକୁ ଖସିଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଆଜି ପୁଣି ଥରେ ୭୮,୦୦୦ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଉଭୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟ ଅଧିକ ରହିଛି । ଗତକାଲି ୨୪ଘଣ୍ଟା ମଧ୍ୟରେ ୬୯,୯୨୧ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ଘଣ୍ଟାରେ ୭୮,୩୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତକାଲି ମୃତ୍ୟୁସଂଖ୍ୟା ୧,୦୦୦ତଳକୁ ରହିଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୧,୦୦୦ପାର କରିଛି ।

ଗତ ୨୪ ଘଂଟାରେ ସାରା ଦେଶରେ ୭୮ ହଜାର ୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ହଜାରେ ୪୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୭ ଲକ୍ଷ ୬୯ ହଜାର ୫୨୪କୁ ବୃଦ୍ଧି ହୋଇଛି । ବର୍ତମାନ ଦେଶରେ ସକ୍ରିୟ ସଂକ୍ରମିତ ସଂଖ୍ୟା ୮ ଲକ୍ଷ ୧ ହଜାର ୨୮୨ ରହିଛି । ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେଣି ୨୯ ଲକ୍ଷ ୧୯ ଶହ ୯ ଜଣ । ୧ ହଜାର ୪୫ ଜଣଙ୍କ ମୃତ୍ୟୁ ସହିତ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୬୬ ହଜାର ୩୩୩ରେ ପହଁଚି ଯାଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।