କନକ ବ୍ୟୁରୋ : ପୁଣି ୫୦ ହଜାରରୁ ଅଧିକ ହେଲା ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷା । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହେଉଥିବା ବେଳେ ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨, ୮୮୨ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି।
ଏଥିମଧ୍ୟରୁ ୮,୨୭୫ଟି ଆରଟିପିସିଆର ଏବଂ ୪୪,୫୧୪ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍ରେ ୯୩ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ପୂର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୫୦,୫୭୦ ନମୁନା ପରୀକ୍ଷା କରାଯାଇଥିଲା। ତାହା ମଧ୍ୟରେ ଆଣ୍ଟିଜେନ୍ ୪୨,୦୨୪, ଆର୍ଟି-ପିସିଆର୍ ୮,୪୪୫ ଏବଂ ଟ୍ରୁନାଟ୍ ୧୦୧ ରହିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/16-32.jpg)