କନକ ବ୍ୟୁରୋ : ରାଜ୍ୟରେ ଥମିବାରେ ନାଁ ନେଉନି କିଲର କରୋନା । ଲଗାତର ଭାବେ କିଛିଦିନ ହେବ ରାଜ୍ୟରେ ଦୈନିକ ପଜିଟିଭଙ୍କ ସଂଖ୍ୟା ୪ ହଜାର ଉପରେ ରହୁଛି । ୨୪ ଘଂଟା ଭିତରେ ରାଜ୍ୟରେ ୪ ହଜାର ୨୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୪୪୧ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୭୬୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଆକ୍ରାନ୍ତ ତାଲିକାରେ ପ୍ରଥରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ୬୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୩୨୬, ବାଲେଶ୍ୱରରୁ ୧୮୩, ଯାଜପୁରରୁ ୧୭୬, ସମ୍ବଲପୁରରୁ ୧୫୪, ଜଗତସିଂହପୁର ୧୪୬, କେନ୍ଦ୍ରାପଡ଼ାରୁ ୧୨୩, ସୁନ୍ଦରଗଡ଼ରୁ ୧୨୧, କୋରାପୁଟରୁ ୧୧୪, ବରଗଡ଼ରୁ ୧୧୬, ମୟୂରଭଂଜରୁ ୧୦୭, ଅନୁଗୁଳରୁ ୧୦୯, କନ୍ଧମାଳରୁ ୧୦୨, ନବରଙ୍ଗପୁରରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭଦ୍ରକରୁ ୪୩, ବଲାଙ୍ଗିରରୁ ୭୮, ବୌଦ୍ଧରୁ ୫୫, ଦେଓଗଡ଼ରୁ ୨୩, ଢ଼େଙ୍କାନାଳରୁ ୮୦, ଗଜପତିରୁ ୪୩, ଗଂଜାମରୁ ୬୫, ଝାରସୁଗୁଡ଼ାରୁ ୮୦, କଳାହାଣ୍ଡିରୁ ୯୦, କେନ୍ଦୁଝରରୁ ୭୨, ମାଲକାନଗିରିରୁ ୬୩, ନୟାଗଡ଼ରୁ ୪୭, ନୂଆପଡ଼ାରୁ ୫୨, ରାୟଗଡ଼ରୁ ୯୨, ସୋନପୁରରୁ ୮୩, ଷ୍ଟେଟ ପୋଲରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୫ହଜାର ୫୫୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୩୭ହଜାର ୫୬୭ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ୩୭ ହଜାର ୨୩୯ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।