କରୋନାରେ ଗତ ୨୪ ଘଂଟ ମଧ୍ୟରେ ଦେଶରେ ୩୨୫ ମୃତ । ସାଢେ ୧୧ ହଜାରରୁ ଅଧିକ ମାମଲା : ବିଶେଷଜ୍ଞ କହିଲେ, ନଭେମ୍ବର ମଧ୍ୟଭାଗରେ ଶୀର୍ଷରେ ପହଁଚିବ କରୋନା

191

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ୧୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୨ ହଜାର ୪୨୪ ରହିଛି । ମୋଟ୍ ମୃତ୍ୟୁ ସଂଖ୍ୟା ୯ ହଜାର ୫୦୨ରେ ପହଁଚିଛି । ଏବେ ଦେଶରେ ଆକ୍ଟିଭ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୫୩ ହଜାର ୧୦୬ ରହିଛି । ୧ ଲକ୍ଷ ୬୯ ହଜାର ୭୯୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ମହାରାଷ୍ଟ୍ର ଓ ଦିଲ୍ଲୀ ସ୍ଥିତି ରହିଛି ଚିନ୍ତାଜନକ ।

ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୩ ହଜାର ୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହିତ ୧୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଫଳରେ ମହାରାଷ୍ଟ୍ରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୭ହଜାର ୯୫୮ ରହିଛି । ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଆକ୍ରାନ୍ତ ସଂଖ୍ୟା ୪୧ ହଜାର ୧୮୨ ଏବଂ ମୃତ୍ୟୁ ସଂଖ୍ୟା ୧ ହଜାର ୩୨୭କୁ ବଢିଗଲାଣି । ଦିଲ୍ଲୀରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ୨୪ ହଜାର ୩୨ ରହିଛି ।