ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୯୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ମୃତ

Advertisment
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୯୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ମୃତ

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ଆସ୍ୱସ୍ଥୀ । ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୯୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୩୧ ଜଣ କ୍ୱାରେଣ୍ଟିନ ସେଂଟରରୁ ଥିବା ବେଳେ ଲୋକାଲ କେସ ୭୬୨ ରହିଛି ।
ଅନୁଗୁଳ ୧୦୭, ବାଲେଶ୍ୱର ୪୦, ବରଗଡ ୬୧, ଭଦ୍ରକ ୬୮, ବଲାଙ୍ଗିର ୭୬, ବୌଦ୍ଦ ୪, କଟକ ୧୬୦, ଦେଓଗଡ ୮, ଢେଙ୍କାନାଳ ୨୨, ଗଜପତି ୧୧, ଗଂଜାମ ୧୬, ଜଗତସିଂହପୁର ୫୨, ଯାଜପୁର ୭୬, ଝାରସୁଗୁଡା ୫୩, କଳାହାଣ୍ଡି ୪୫, କନ୍ଧମାଳ ୨୦, କେନ୍ଦ୍ରାପଡା ୬୧, କେଉଁଝର ୬୩, ଖୋର୍ଦ୍ଦା ୨୦୮, କୋରାପୁଟ୍ ୩୪,ମାଲକାନଗିରି ୩୪, ମୟୁରଭଞ୍ଜ ୧୦୪, ନବରଙ୍ଗପୁର ୬୫, ନୟାଗଡ ୩୪, ନୂଆପଡା ୮୪, ପୁରୀ ୮୨, ରାୟଗଡା ୧୪, ସମ୍ବଲପୁର ୪୦, ସୋନପୁର ୮, ସୁନ୍ଦରଗଡ ୯୯ , ଷ୍ଟେଟପୋଲ ୪୪ ।
ଏହା ସହ ଗତ ୨୪ ଘଂଟାରେ ରାଜ୍ୟରେ ୨୧୨୮ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡିଛି । ଅନ୍ୟପଟେ ରାଜ୍ୟରେ ମୋଟ ଟେଷ୍ଟ ସଂଖ୍ୟା ୪୨,୪୦.୨୪୧ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୭୭,୮୮୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭ୍ ମାନଙ୍କ ମଧ୍ୟରୁ ୨,୫୭,୦୪୧ ସୁସ୍ଥ ହୋଇଥିବା ବେଳେ ୧୯,୫୭୯ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe