ରାଜ୍ୟରେ ଗତ ୨୪ ଘଂଟାରେ ୧୬ ମୃତ : ୮୧୩ରେ ପହଂଚିଲା ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 

178

କନକ ବ୍ୟୁରୋ : ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ଶହ ଟପିଛି । ଗତ ୨୪ ଘଂଟା ମଧ୍ୟରେ ୧୬ ଜଣ ପ୍ରାଣ ହରାଇଛନ୍ତି । ବାଲେଶ୍ୱରରେ ୩ ଜଣ, ଭୁବନେଶ୍ୱର ଓ ମୟୁରଭଞ୍ଜରେ ୨ ଜଣ ଲେଖାଁଏ  ପ୍ରାଣ ହରାଇଛନ୍ତି । ସେହିଭଳି ବଲାଙ୍ଗୀର, କଟକ, ନବରଙ୍ଗପୁର. ପୁରୀ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । 

ସେପଟେ, ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଲଗାତାର ଦ୍ୱିତୀୟ ଦନ ଲାଗି ରାଜ୍ୟରେ କରୋନା ସଂକ୍ରମଣ ୪ ହଜାର ତଳେ ରହିଛି । ୨୪ ଘଂଟାରେ ରାଜ୍ୟରେ ୩ହଜାର ୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଓ କଟକରେ ବି ସଂକ୍ରମଣ କମିଛି । ଖୋର୍ଧାରେ ୫୦୬ ଓ କଟକ ୩୧୮ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର, ବରଗଡ, ବଲାଙ୍ଗୀର, କେନ୍ଦ୍ରାପଡା, ମୟୁରଭଞ୍ଜ , ନବରଙ୍ଗପୁର, ରାୟଗଡାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ଅଛି । ସେହିଭଳି ସମ୍ବଲପୁର, ଓ ସୁନ୍ଦରଗଡରେ ଆକ୍ରାନ୍ତ ଶହେ ଉପରେ ଅଛନ୍ତି । ବର୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୧୨ ହଜାର ୬ଶହ ୯ ଜଣ ଲୋକଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଲକ୍ଷେ ୭୩ ହଜାରରୁ ଅଧିକ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ ମାମଲା ୩୮ ହଜାର ୧୭୨ ରହିଛି ।