ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ଫୋନି । ସାରା ଓଡିଶାବାସୀ ଏବେ ବାତ୍ୟା ଭୟରେ ଥରହର । ସରକାରଙ୍କ ପକ୍ଷରୁ ତଳୁଆ ଅଞ୍ଚଳ ତଥା ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଲୋକଙ୍କ ପାଇଁ ରନ୍ଧାଖାଦ୍ୟର ଆୟୋଜନ କରାଯାଉଛି । ଏନଡିଆଏଫ୍ ଏବଂ ଓଡ୍ରାଫ୍ ଟିମ୍ ଲୋକଙ୍କ ସହାୟତା କରିବା ପାଇଁ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛନ୍ତି ।
କିନ୍ତୁ ଆମ ଆଗରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି ଯେ କ’ଣ କେବଳ ମଣିଷଙ୍କୁ ବାତ୍ୟାର ଭୟ ଲାଗିଥାଏ ? ଆମ କହିବାର ଅର୍ଥ କେବେ ଭାବିଛନ୍ତି ବାହାରେ ବୁଲୁଥିବା ଜୀବଜନ୍ତୁ ଏ ଭୟଙ୍କର ବାତ୍ୟାର କିଭଳି ସାମ୍ନା କରିବେ । ବାକଶକ୍ତିର ଆଶିର୍ବାଦ ପାଇଥିବା ମଣିଷ କବାଟ ପିଟି ଅନ୍ୟକୁ ସାହାର୍ଯ୍ୟ ମାଗିନେବେ । କିନ୍ତୁ ସେ ନିରୀହ ପ୍ରାଣୀର କ’ଣ ଯେ ନା କବାଟ ପିଟିବାରେ ସକ୍ଷମ ନା ପାଟି ଖୋଲି କିଛି କହିବାରେ ସକ୍ଷମ !
ଭଗବାନ ଏଭଳି ପ୍ରାଣୀଙ୍କୁ ବାକ୍ ଶକ୍ତିର ଆଶିର୍ବାଦ ଦେଇନଥିଲେ ମଧ୍ୟ ମଣିଷକୁ ମଣିଷତ୍ୱର ଆଶିର୍ବାଦ ଦେଇଛନ୍ତି । ତେଣୁ ଏଭଳି ଭୟଙ୍କର ବାତ୍ୟାରେ ନିଜ ମଣିଷତ୍ୱକୁ ଜାହିର କରନ୍ତୁ । ସୋସିଆଲ୍ ମିଡିଆରେ ଫଟୋ ସେୟାର୍ କରନ୍ତୁ ପଛେ କିନ୍ତୁ ଘର ବାହାରେ ଯଦି ଏଭଳି ପ୍ରାଣୀଙ୍କୁ ଭୟଙ୍କର ବାତ୍ୟା ସହ ସଂଘର୍ଷ କରିବାର ଦେଖୁଛନ୍ତି । ତେବେ କବାଟ ବନ୍ଦ କରିବାର ଭୁଲ୍ ନ କରି ଆଶ୍ରୟର ହାତ ବଢାନ୍ତୁ । ଏହି ଭୟଙ୍କର ବାତ୍ୟା ‘ଫୋନି’ ରେ ନିଜ ସୁରକ୍ଷା ସହ ଏଭଳି ବାକ୍ ହିନ ପ୍ରାଣୀଙ୍କ ସୁରକ୍ଷା କରି ମାନବିକତାକୁ ଜାଗୃତ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/DOG-1.jpg)
/kanak/media/post_attachments/wp-content/uploads/2019/05/Reuters-Hurricane-Harvey-Flooding-Cow-1-300x209.jpg)
/kanak/media/post_attachments/wp-content/uploads/2019/05/original-300x207.jpg)
/kanak/media/post_attachments/wp-content/uploads/2019/05/dog-stranded-in-flood-300x194.jpg)