ଜେଇଇ ମେନ ଢାଞ୍ଚାରେ ଆଜିଠୁ ଓଜେଇଇ : ରାଜ୍ୟର ୨୧ଟି ସହରରେ ୫୪ଟି ଓ ରାଜ୍ୟ ବାହାରେ ୫ଟି କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ, ସୁରକ୍ଷାକୁ ଗୁରୁତ୍ୱ

112

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଆସନ୍ତା ୧୯ ତାରିଖ ଯାଏଁ ଚାଲିବ ଓଜେଇଇ ପରୀକ୍ଷା । ରାଜ୍ୟର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ରାଜ୍ୟ ବାହାରେ କୋଲକାତା, ରାଂଚି ଓ ପାଟଣା ସହରରେ ୫ଟି ପରୀକ୍ଷା କେନ୍ଦ୍ର ହୋଇଛି । ଓଜେଇଇ ପରୀକ୍ଷା ପାଇଁ ୮୦ ହଜାର ପିଲା ପଞ୍ଜିକରଣ କରିଛନ୍ତି । ଜେଇଇ ମେନ୍ ଢ଼ାଂଚାରେ କମ୍ପ୍ୟୁଟର ବେସଡ ଟେଷ୍ଟ ହେବ ।

ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଥର ଦିନକୁ ୩ଟି ସିପ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୯ଟାରୁ ୧୧ ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨.୩୦ରୁ ୨ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା କରାଯିବ । କୋଭିଡ଼ କଟକଣା ନିୟମକୁ ଦୃଷ୍ଟିରେ ରକ୍ଷୀ ହେଉଛି ପରୀକ୍ଷା । ଛାତ୍ରଛାତ୍ରୀ ମାସ୍କ, ସାନିଟାଇଜର, ସାମାଜିକ ଦୂରତା ମାନିବାକୁ ବାଧ୍ୟତା ମୂଳକ କରାଯାଇଛି ।