ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ: ପଦ୍ମ ଧରିଲେ ଅନୁଭବ

Advertisment
ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ: ପଦ୍ମ ଧରିଲେ ଅନୁଭବ

କନକ ବ୍ୟୁରୋ: ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ପଦ୍ମ ଧରିଲେ କେନ୍ଦ୍ରାପଡ଼ା ସାଂସଦ । ଦିଲ୍ଲୀ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଛନ୍ତି ଅନୁଭବ ମହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପିରେ ମିଶିଛନ୍ତି କହିଛନ୍ତି ଅନୁଭବ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲିନାହାନ୍ତି ଅନୁଭବ ମହାନ୍ତି । ବିଜେପିରେ ମିଶିବା ପରେ ଅନୁଭବ କେଉଁଠାରୁ ଲଢିବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଅରିନ୍ଦମ ରୟ, ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସନାୟକଙ୍କ ପରେ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ଦୁଇ ଦିନ ତଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ଆଜି ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ । ପଦ୍ମ ଶିବିରରେ ସାମିଲ ହେବା ପରେ ଅନୁଭବ କହିଛନ୍ତି,
ନେତାଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପିରେ ମିଶିଛନ୍ତି
ଭାରତକୁ ଏକ ନମ୍ବର ଦେଶ କରିବାକୁ ପଦକ୍ଷେପ ନେଉଛନ୍ତି ମୋଦୀ ସରକାର
ଦେଶ ଏବେ ଯେଉଁ ଗତିରେ ବିକାଶିତ ହେଉଛି, ତାହା ତାଙ୍କୁ ପ୍ରଭାବିତ କରିଛି

ବିଜେପିରେ ଅନୁଭବ ମହାନ୍ତି ଯୋଗ ଦେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନାଜଳ୍ପନା । ଚର୍ଚ୍ଚା ହେଉଛି - କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଏକ ବିଧାନସଭାରେ ଅନୁଭବଙ୍କୁ ବିଜେପି ପ୍ରାର୍ଥୀ କରୁ ବୋଲି ଚାହୁଁଛନ୍ତି ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଏପଟେ ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଛି – କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଏକ ବିଧାନସଭାରେ ଅନୁଭବଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଚାହୁଁଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ସେ ଜଣେ କ୍ରାଉଡ୍ ପୁଲର ହୋଇଥିବାରୁ ସେଥିରୁ ଫାଇଦା ଉଠାଇବାକୁ ବିଜେପି ଉଦ୍ୟମ କରିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।
୨୦୧୩ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ
୨୦୧୪ରେ ରାଜ୍ୟସଭା ସାଂସଦ ହୋଇଥିଲେ
୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭାରେ ନିର୍ବାଚନ ଲଢ଼ିଥିଲେ
ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ

ଲୋକପ୍ରିୟ ଅଭିନେତା ହୋଇଥିବାରୁ ଗତ ନିର୍ବାଚନରେ ବିଜେଡି ତାଙ୍କୁ ଷ୍ଟାର କ୍ୟାମ୍ପେନର କରିଥିଲା । ପରେ ପାରିବାରିକ ବିବାଦରେ ଛନ୍ଦି ହୋଇ ଯାଇଥିଲେ । ୫ ବର୍ଷ ପରେ ବଦଳି ଯାଇଛି ରାଜନୈତିକ ସମୀକରଣ । ବିଜେଡି ଶିବିର ଛାଡ଼ି ଏବେ ବିଜେପି ଶିବିରରେ ଏବେ ଓଡ଼ିଶାର ଏହି ଲୋକପ୍ରିୟ ସିନେ ତାରକା । ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବାରୁ ଅନୁଭବଙ୍କୁ ବିଧାନସଭା ପ୍ରାର୍ଥୀ କରିପାରେ ବିଜେପି । ତେବେ କେଉଁ ଆସନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe