ଡ଼ିଜିଟାଲ ଯୁଗରେ ବଢ଼ୁଛି ଶିଳ ଓ ଚକିର ଚାହିଦା । ଗ୍ରାମାଂଚଳରେ ପଡ଼ୁଥିବା ମେଳା ମହୋତ୍ସବରୁ ପଥର ଖୋଦିତ ଶିଳ କିଣିବାକୁ ଲୋକଙ୍କ ଭିଡ଼

395

କନକ ବ୍ୟୁରୋ : ଜମୁଛି ଯାଜପୁରର ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ୱର ମେଳା । ଆଉ ଏହି ମେଳାରେ ସମସ୍ତଙ୍କର ଦୃଷ୍ଟିଆକର୍ଷଣ କରୁଛି ପଥର ଖୋଦିତ ପେଶା ଆଉ ଶିଳ । ଆଜିର ଆଧୁନିକ ଯୁଗରେ ଲେକମାନେ ଗ୍ରାଇଣ୍ଡର ବ୍ୟବହାର କରୁଛନ୍ତି । କିନ୍ତୁ କମିନି ଶିଳର ଚାହିଦା । ପୂର୍ବରୁ ଇଲେକ୍ଟ୍ରିକ୍ କରେଣ୍ଟ ନଥିବା ସମୟରେ ଲୋକେ ଶିଳର ବ୍ୟବହାର କରୁଥିଲେ । ଶିଳବଟା ମସଲା କିମ୍ବା ଖାଦ୍ୟ ସାମଗ୍ରୀର ସ୍ୱାଦ ଅଧିକା ରହିଥାଏ ବୋଲି କୁହନ୍ତି ଲୋକେ । ତେଣୁ ପ୍ରତିବର୍ଷ ଏହି ମେଳାରୁ ପଥର ଖୋଦିତ ଶିଳ କିଣିବାକୁ ଲୋକଙ୍କ ଗହଳି ଲାଗିଥାଏ ।

ସେପଟେ ବ୍ୟବସାୟୀ କୁହନ୍ତି କେବଳ ଏହି ମେଳାରେ ସେମାନେ ଅଧିକ ଶିଳ ବିକ୍ରି କରିଥାଆନ୍ତି । ଭଲ ବ୍ୟବସାୟ ହେବାସହ ଭଲ ଲାଭ ମଧ୍ୟ ମିଳିଥାଏ । ଏହି ମେଳା ଉପରେ ସେମାନଙ୍କ ବର୍ଷକର ଖର୍ଚ୍ଚ ନିର୍ଭର କରିଥାଏ । ପରିବାର ପ୍ରତିପୋଷଣରେ ଏହି ବ୍ୟବସାୟ ସହାୟକ ହୋଇଥାଏ ।

ଯାଜପୁର ବିଂଝାରପୁର ବ୍ଲକରେ ଏହି ମେଳା ପ୍ରତିବର୍ଷ ହୋଇଥାଏ । ମେଳା ବୁଲିବା ସହ ଲୋକମାନେ ଘରକରଣ ଜିନିଷ କିଣିବାକୁ ଭିଡ଼ ଜମାଇଥାଆନ୍ତି ।