କନକ ବ୍ୟୁରୋ : ଅନ୍ଧାର ଘରୁ ଉଦ୍ଧାର ହେଲେ ଭିନ୍ନକ୍ଷମ ନାବାଳିକା । ପାଖାପାଖି ଅଢେଇ ବର୍ଷ ହେବ ଏକ ଅନ୍ଧାର ଘରେ ରହିବା ପରେ ଏବେ ଉଦ୍ଧାର ହୋଇଛନ୍ତି ନାବାଳିକା । ନିଜ ମାଉସୀ ଓ ସାନ ଭଉଣୀ ଦ୍ୱାରା ବନ୍ଦୀ ହୋଇ ରହୁଥିଲେ । ଖବର ପାଇ ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସମ୍ପତି ହାତେଇବା ଲୋଭରେ ମାଉସୀ ଭିନ୍ନକ୍ଷମ ଝିଆରୀକୁ ଅଢେଇ ବର୍ଷ ହେବ ନିର୍ଯାତନା ଦେଇ ଆସୁଥିଲେ ବୋଲି ଜଣାପଡିଛି ।

Advertisment

ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ସିଙ୍ଗିରି ଶାସନ ଗ୍ରାମରୁ । ସ୍ୱର୍ଗତ ସଚ୍ଚିଦାନନ୍ଦ ପଣ୍ଡା ଏବଂ ସରୋଜିନୀ ପଣ୍ଡାଙ୍କର ମୃତ୍ୟୁ ପରେ ଦିବ୍ୟାଙ୍ଗ ବଡ ଝିଅକୁ ମାଉସୀ ପୁଷ୍ପ ଲତା ପ୍ରଧାନ ସମ୍ପତି ହାତେଇବାକୁ ଯାଇ ବନ୍ଦୀ କରି ରଖୁଥିଲେ । ଏବେ ଖବର ପାଇ ପୁଲିସ ଓ ସ୍ଥାନୀୟ ଜନ ପ୍ରତିନିଧି ତାଙ୍କୁ ଉଦ୍ଧାର କରିଛନ୍ତି ।