ଉମରକୋଟ ବୈଦ୍ୟନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ନିଆଁରେ ଚାଲିଲେ ଶ୍ରଦ୍ଧାଳୁ। ୨ ହଜାରରୁ ଅଧିକ ଭକ୍ତ ସାମିଲ।

ଉମରକୋଟ ବୈଦ୍ୟନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ନିଆଁରେ ଚାଲିଲେ ଶ୍ରଦ୍ଧାଳୁ। ୨ ହଜାରରୁ ଅଧିକ ଭକ୍ତ ସାମିଲ।

କନକ ନ୍ୟୁଜ: ନିଆଁରେ ଚାଲିଲେ ଆୟାପ୍ପା ଭକ୍ତ । ଜ୍ୱଳନ୍ତ ନିଆଁକୁ ପୂଜା କରି ‘ସ୍ୱାମୀୟେ ସରଣମ୍’ ଉଚ୍ଚାରଣ କରି ନିଆଁରେ ଚାଲିଛନ୍ତି ଆୟାପ୍ପା ଦୀକ୍ଷାଧାରୀ । ନବରଙ୍ଗପୁର ଉମରକୋଟରେ ସ୍ୱାମୀ ଆୟାପ୍ପା ସେବା ସଂଘ ତରଫରୁ ଗୁଲିପାଟଣା ସ୍ଥିତ ବାବା ବୈଦ୍ୟନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅଗ୍ନିପୂଜା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅଗ୍ନିପୂଜା ଉତ୍ସବରେ ପାଖାପାଖି ୨ହଜାରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଅଗ୍ନିପୂଜାରେ ଆୟାପ୍ପାଙ୍କ ଆଶିର୍ବାଦ ନେବା ସହ ପୂଜାରେ ଭାଗନେବା ପାଇଁ ସେମିଳିଗୁଡ଼ା, କୋରାପୁଟ, ଜୟପୁର, ନବରଙ୍ଗପୁର, ପାପଡାହାଣ୍ଡି, ଡାବୁଗାଁ, ରାଇଘର, ଜଲାପୁଟ ଓ ମାଥିଲି ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସନ୍ଧ୍ୟାରେ ମା’ ପେଣ୍ଡରାଣୀ ମନ୍ଦିରରୁ ଏକ ଦୀପ ଯାତ୍ରା ବାହାରି ସହର ପରିକ୍ରମା କରି ଗୁଳିପାଟଣା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିରକୁ ଆସିଥିଲେ । ଏହା ପରେ ଆମ୍ବଲମ ପୂଜା ପରେ ରାତି ୯ଟାରେ ଅଗ୍ନିପୂଜା କରାଯାଇଥିଲା । ଏହି ଅବସରରେ ଆୟାପ୍ପା ଭକ୍ତ ନଳିନୀ ରଞ୍ଜନ ମିଶ୍ରଙ୍କ ଦ୍ୱାରା ରଚିତ "ନଥିଙ୍ଗ ବଟ ଆୟାପା" ପୁସ୍ତକ ଉନ୍ମୋଚନ କରାଯାଇଛି । ଅଗ୍ନିପୂଜା ଦ୍ୱାରା ଗାଁର ସାମୁହିକ ଉନ୍ନତି ହେବା ସହ ଭକ୍ତଙ୍କ ମଙ୍ଗଳ ହୋଇଥାଏ ବୋଲି କହିଛନ୍ତି ରାବଣା ଗୁରୁସ୍ୱାମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe