ବିଜେପି ଟିମକୁ ପୋଲିସ ଡିଜି ଦେଲେ ପ୍ରତିଶୃତି । ମାହାଙ୍ଗା ମର୍ଡର କେସରେ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ ।

83

କନକ ବ୍ୟୁରୋ : ମାହାଙ୍ଗା ମର୍ଡର କେସ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ । ଏହାସହ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ବିଜେପି ଟିମକୁ ପୋଲିସ ଡିଜି ଦେଲେ ପ୍ରତିଶୃତି । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜନୀତି । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେ ଆଜି କଟକ ଡିଜି ଅଫିସ ଘେରାଉ କରିଛନ୍ତି । ଦଳୀୟ ନେତାଙ୍କ ସହ ଶହଶହ କର୍ମୀ ଏକାଠି ହୋଇ ଡିଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କ ଗିରଫ ସହ ଆଇନ୍ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପିର ଡିଜି ଅଫିସ ଘେରାଉ କରିଥିଲେ । ପୁଲିସ୍ ଡିଜିଙ୍କ ସହ ବିଜେପି ଟିମ୍ର ଆଲୋଚନା ପରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ଦେଇ କହିଛନ୍ତି । ୧୦ ଦିନରେ ଭିତରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ।