ରାଜଧାନୀରେ ମାତିଲେ ଛୋଟେ ମିଆଁ ବଡେ ମିଆଁ ଗ୍ୟାଙ୍ଗ : ଘରେ ପଶି ବୁଲାଉଛନ୍ତି କଳାକନା; ଲୁଟ ସମୟରେ ଲୋକଙ୍କ ହାବୁଡରେ ପଡିବା ପରେ ଖାଇଲେ ନିର୍ଦ୍ଧୁମ ଛେଚା

284

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଛୋଟେ ମିଆଁ ବଡେ ମିଆଁ ଗ୍ୟାଙ୍ଗ । ଦିନ ଦ୍ୱିପହରରେ ଘରେ ପଶି କଳାକନା ବୁଲାଉଛନ୍ତି । ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି । ସିସିଟିଭିରେ ଜଣେ ଛୋଟ ଛୁଆ ଓ ଆଉ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଏହି ଛୋଟେ ମିଆଁ ବଡେ ମିଆଁ ଗ୍ୟାଙ୍ଗ କେତେବେଳେ କାହା ଘରେ ପଶି ଲୁଟ କରୁଛନ୍ତି ତାର ସୁରାକ ମିଳୁନାହିଁ । ତେବେ ଏହି ଦୁଇ ଜଣ ବାପା , ପୁଅ ବୋଲି ଅନୁମାନ କରାଯାଉଛି ।

ଗତକାଲି ଏହି ଦୁଇ ଜଣ ଜଣକ ଘରୁ ଚୋରି କରି ଆଉ ଜଣକ ଘରେ ଲୁଟ ପାଇଁ ପଶିଥିବା ବେଳେ ଲୋକଙ୍କ ହାବୁଡରେ ପଡିଥିଲେ । ଏହା ପରେ ଲୋକେ ତାଙ୍କୁ ଧରି ନିର୍ଧୁମ ମାଡ଼ ମାରିଥିଲେ । ଭିକ ମାଗିବା ବାହାନାରେ ଏହି ଦୁଇ ଜଣ ଘରେ ପଶି ଲୁଟ କରୁଛନ୍ତି । ଜଣେ କି ଦୁଇ ଜଣକ ଘରୁ ନୁହେଁ ଏଭଳି ଅନେକଙ୍କ ଘରୁ ଏମାନେ ଚୋରି କରିଥିବା ଜଣାପଡିଛି । ।