ରାଜଧାନୀରେ ବାପାଙ୍କୁ ପୁଅ-ବୋହୂ ଘରେ ବନ୍ଦୀ ରଖିବା ଘଟଣା : କ୍ୟାପିଟାଲ ହସ୍ପିଟାଲ ନିକଟ ଆବାସିକ ଗୃହରେ ରହିଲେ ନବଘନ; ଘରକୁ ନଫେରିବାକୁ ନିଷ୍ପତ୍ତି ନେଲେ ନବଘନ

690

କନକ ବ୍ୟୁରୋ : ସଂପତି ପାଇଁ ଅଲୋଡା ହୋଇଗଲା ବାପା । ରାଜଧାନୀ ଭୁବନେଶ୍ୱରରୁ ଆସିଛି ବାପ-ପୁଅ ସମ୍ପର୍କର ଏପରି କଳଙ୍କିତ ଚିତ୍ର । ସଂପତି ଲୋଭରେ ବାପାଙ୍କୁ ନିର୍ଯାତନା ଦେବାକୁ ପଛେଇଲେ ନାହିଁ ପୁଅ, ବୋହୁ । ଏଭଳି ଏକ ଖବର ଆମେ ଆପଣଙ୍କୁ ଗତକାଲି ଦେଖାଇଥିଲୁ । ଭୁବନେଶ୍ୱର ପଳାଶୁଣି ଅଂଚଳରେ ଜଣେ ୭୫ବର୍ଷ ବୃଦ୍ଧଙ୍କୁ ସମ୍ପତ୍ତି ହାତେଇବା ପାଇଁ ପୁଅବୋହୁ ଘରେ ବନ୍ଦ କରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଶେଷରେ ପଡୋଶୀଙ୍କୁ ଠାରୁ ଖବର ପାଇ ବୃଦ୍ଧଙ୍କୁ ଉଦ୍ଧାର କରିଥିଲା ପୁଲିସ । ୭୫ ବର୍ଷୀୟ ବୃଦ୍ଧ ନବଘନ ସେଠୀ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ।

ଆଉ ଯେଉଁଘରେ ସେ ବନ୍ଦ ଥିଲେ ତାହା ତାଙ୍କ ନିଜଘର । ବୁଢା ବାପାଙ୍କ ସମ୍ପତ୍ତି ହାତେଇବା ପାଇଁ ପୁଅବୋହୁ ନବଘନଙ୍କୁୁ ଘରେ ବନ୍ଦ କରି ନିର୍ଯାତନା ଦେଉଥିଲେ । ଗତକାଲି ସଂଧ୍ୟାରେ ଅସହାୟ ନବଘନଙ୍କୁ ପଡେଶୀ ଦେଖିଥିଲେ । ଏହାପରେ ପୁଲିସକୁ ଖବର ପହଁଚିଥିଲା । ପୁଲିସ ଓ ନବଘନଙ୍କ ଝିଅ ପହଁଚି ବୃଦ୍ଧଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମଙ୍କୁ ପଠାଇଛନ୍ତି । ଉଦ୍ଧାର ପରେ ନବଘନ କହିଛନ୍ତି ସମ୍ପତି ପାଇଁ ମଝିଆଁ ପୁଅ ବୋହୂ ଦେଉଥିଲେ ନିର୍ଯାତନା । ଏବେ ଆଉ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି ବୃଦ୍ଧ ନବଘନ ।