ରାଜଧାନୀରେ କମିଶନରେଟ୍ ପୋଲିସର ରାତି ଅଧିଆ ଚଢାଉ : ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କ କଟିଲା ଚାଲାଣ

ରାଜଧାନୀରେ କମିଶନରେଟ୍ ପୋଲିସର ରାତି ଅଧିଆ ଚଢାଉ : ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କ କଟିଲା ଚାଲାଣ

କନକ ବ୍ୟୁରୋ : ରାଜଧାନୀରେ କମିସନରେଟ ପୁଲିସର ରାତି ଅଧିଆ ଚଢାଉ । ରାତିରେ ମଦ୍ୟପାନ କରି ଗାଡି ଚଲାଉଥିବା ଚାଳକଙ୍କୁ ଧରି ପୁଲିସ ଜରିମାନା କରିଛି । ମଦ୍ୟପାନ କରି ଦ୍ରୁତ ଗତିର ଗାଡି ଚଳାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଲୋକଙ୍କ ଧନଜୀବନହାନୀ ହେଉଛି ।

ତେଣୁ ପୁଲିସ ପକ୍ଷରୁ ରାତିରେ ବିଭିନ୍ନ ଛକରେ ଗାଡି ଚାଳକଙ୍କୁ ଅଟକାଇ ଯାଞ୍ଚ କରାଯାଇଛି । ସେହିପରି ରାଜଧାନୀର ବିଭିନ୍ନ ଛକର ଖଟି ସ୍ଥାନରେ ମଧ୍ୟ ପୁଲିସ ଚଢାଉ କରିଛି । ବିଭିନ୍ନ ଖଟିରେ ଅସାମାଜିକ ବ୍ୟକ୍ତି ନିଶା ସେବନ କରି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି । ତେଣୁ ଅସାମାଜିକ ବ୍ୟକ୍ତିଙ୍କ ଖଟି ଉପରେ ରୋକ ଲଗାଇବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଚଢାଉ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe