କନକ ବ୍ୟୁରୋ : ରାଜଧାନୀରେ କମିସନରେଟ ପୁଲିସର ରାତି ଅଧିଆ ଚଢାଉ । ରାତିରେ ମଦ୍ୟପାନ କରି ଗାଡି ଚଲାଉଥିବା ଚାଳକଙ୍କୁ ଧରି ପୁଲିସ ଜରିମାନା କରିଛି । ମଦ୍ୟପାନ କରି ଦ୍ରୁତ ଗତିର ଗାଡି ଚଳାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଲୋକଙ୍କ ଧନଜୀବନହାନୀ ହେଉଛି ।
ତେଣୁ ପୁଲିସ ପକ୍ଷରୁ ରାତିରେ ବିଭିନ୍ନ ଛକରେ ଗାଡି ଚାଳକଙ୍କୁ ଅଟକାଇ ଯାଞ୍ଚ କରାଯାଇଛି । ସେହିପରି ରାଜଧାନୀର ବିଭିନ୍ନ ଛକର ଖଟି ସ୍ଥାନରେ ମଧ୍ୟ ପୁଲିସ ଚଢାଉ କରିଛି । ବିଭିନ୍ନ ଖଟିରେ ଅସାମାଜିକ ବ୍ୟକ୍ତି ନିଶା ସେବନ କରି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି । ତେଣୁ ଅସାମାଜିକ ବ୍ୟକ୍ତିଙ୍କ ଖଟି ଉପରେ ରୋକ ଲଗାଇବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଚଢାଉ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/vlcsnap-2022-10-14-07h49m40s532.png)